ପୁଣି ବଢିଲା ବିଜେଡ଼ି ବିଧାୟକ ସମ୍ବିତ ରାଉତରାୟଙ୍କ ଅଡୁଆ
by Argus News
Tue, Mar 05 | 3:32 p.m.

ଅର୍ଗସ ବ୍ୟୁରୋ : ପାରାଦୀପ ବିଜେଡିରେ ବିଦ୍ରୋହ । ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଦରେ ଖୋଦ୍ ବିଜେଡି କର୍ମୀ କରିଛନ୍ତି ବିଦ୍ରୋହ । ଏପରିକି ପର୍ଯ୍ୟବେକ୍ଷକଙ୍କ ତାଗିଦକୁ ମଧ୍ୟ ଖାତିର ନାହିଁ ।  ଆଗରୁ ଥରେ ଫେବ୍ରୁଆରି ୨୯ ରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ବିଜେଡି କର୍ମୀ ସମ୍ମିଳନୀ ନାଁରେ ୩୬ ପଞ୍ଚାୟତର ୨ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା କୁଜଙ୍ଗରେ ଏକାଠି ହୋଇଛନ୍ତି । ଏଠାରେ କୁହାଯାଇଛି ଯେ, ସମ୍ବିତ ବିଧାୟକ ଭାବେ ନିର୍ବାଚିତ ହେବା ପରଠାରୁ କର୍ମୀଙ୍କ ସହିତ ନାହାନ୍ତି, ଲୋକଙ୍କ ସମସ୍ୟା ସହିତ ନାହାନ୍ତି । ତେଣୁ ଏଥର ତାଙ୍କୁ ଟିକେଟ ନ ଦେବାକୁ ନବୀନଙ୍କ ନିକଟରେ ଦାବି ରଖିଛନ୍ତି ବିଜେଡ଼ି ନେତା  ଓ କର୍ମୀ ।

ତେବେ ଉପକୂଳ ଓଡ଼ିଶାର ଅନ୍ୟତମ ରାଜନୈତିକ ପଶାପାଲି ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନ ମଣ୍ଡଳୀ । ୨୦୦୯ରୁ ଏ ନିର୍ବାଚନମଣ୍ଡଳୀରେ ଲାଗିଛି ବିଜେଡି ଟ୍ୟାଗ୍ । ସେପଟେ ଆଜି ବିଧାୟକଙ୍କୁ ପ୍ରଶ୍ନ କରିଛନ୍ତି ଅସନ୍ତୁଷ୍ଠ ବେଜେଡ଼ି ନେତା ଓ କର୍ମୀ । କହିଛନ୍ତି, ଆମ ବିଧାୟକ ଆମକୁ ଡଷ୍ଟବିନରେ ପକାଇ ଦେଇଛନ୍ତି । ଅଯୋଗ୍ୟଙ୍କୁ ହଟାଅ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଉ ବୋଲି ମଧ୍ୟ କହିଛନ୍ତି  ।

ସେପଟେ ୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜିଛନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ । ସେ ଏବେ ପାରାଦୀପ ପାଇଁ ଶଙ୍ଖ ଦଳରୁ ପ୍ରମୁଖ ଦାବିଦାର ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରିକି ଗତ ପୌର ନିର୍ବାଚନରେ ସେ ତାଙ୍କ ଦବଦବା ଜାହିର କରି ପୌରାଧ୍ୟକ୍ଷ ଆସନ ହାତେଇବାରେ ସଫଳ ହୋଇଛନ୍ତି । ଉଭୟ ସାଂଗଠନିକ ଦକ୍ଷତା ଓ ପତିଆରା ଦୃଷ୍ଟିରୁ ସେ ସମ୍ବିତଙ୍କ ବାଟ ଓଗାଳିବା ଚର୍ଚ୍ଚା ଖୁବ୍ ଜୋର ।
 

OPENING OF KEDARNATH
14m ago
ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ
ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣ
HOROSCOPE
30m ago
ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା
ଅର୍ଗସ ବ୍ୟୁରୋ : ୦୯.ଗୁରୁବାର : ଜାଣନ୍ତୁ ଆଜିର ରାଶିଫଳ ଏହି ରାଶିର ଲୋକ ଆଜି ଚାକିରିରେ ଉନ୍ନତି କରିବେ ମେଷ- କର୍ମକ୍ଷେତ୍ରରେ ବିଫଳ ହେବ । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ
IPL
34m ago
ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ
ଅର୍ଗସ ବ୍ୟୁରୋ : ଆଇପିଏଲ୍ ୨୦୨୪ ର ୫୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀ