ଜଗା ମୁଣ୍ଡରେ ମାଡ, ଥାନାରେ ଏତଲା ଦେଲେ ପରିବାର
by Argus News
Thu, Dec 07 | 11:54 a.m.

କନ୍ଧମାଳ : ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଯୋଡାମୁଣ୍ଡ ଶିଶୁ ଜଗାକୁ ଜନୈକ ଯୁବକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଜଗାର ବାପା ଭୂୟାଁ କହଁର ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁସାରେ, ଗତ ୨୭ ତାରିଖ ଅପରାହ୍ନରେ ଭୂୟାଁ ନିଜ ପୁଅ ଜଗା ସହିତ ମେଡ଼ିକାଲ ର ମଧ୍ୟରେ ବୁଲୁଥିବା ବେଳେ ଜଣେ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିଥିଲା। ପରେ ସେ ତାଙ୍କୁ ମାଡ ମାରିଥିଲା। ପାଖରେ ଥିବା ଜଗା ଏହା ଦେଖି କାନ୍ଦିବା ସମୟରେ ସମ୍ପୃକ୍ତ ଯୁବକ ଜଗାକୁ ମଧ୍ୟ ମାଡ ମାରିଥିଲା। ଫଳରେ ତାର ମୁଣ୍ଡରେ ଆଘାତ ହୋଇଛି।

ଅଧିକ ପଢନ୍ତୁ ଓଡିଶା ଖବର

ମୂଖ୍ୟ ଚିକିତ୍ସାଳୟରେ ତାର ମୁଣ୍ଡ ସିଟି ସ୍କାନ କରାଯାଇ ଆବଶ୍ୟକୀୟ ଚିକିତ୍ସା କରାଯିବା ସହ ଏ ନେଇ ପୁଲିସକୁ ଅବଗତ କରାଯାଇଥିବା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡ ବିଜୟ କୁମାର ପଣ୍ଡା। ଅପରପକ୍ଷେ ଏ ନେଇ ଜଗାର ବାପା ଭୂୟାଁ କହଁର ଟାଉନ ଥାନାରେ ଏକ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ୩୦୭/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ କନକ କୁମାର ମାଝୀ ସୂଚନା ଦେଇଛନ୍ତି। ଆଜି ଜଗାର ମା ପୁଷ୍ପାଞ୍ଜଳି ଏ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ ଜିଲାପାଳଙ୍କ ସହ ସାକ୍ଷାତ ହୋଇ ପାରି ନ ଥିବା କହିଛନ୍ତି।

ଉଚ୍ଚ ଜୁଆର
30m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
33m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ