କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମୁନି ବିବାଦ
by Argus News
Thu, Jul 04 | 2:12 p.m.

ଅର୍ଗସ ବ୍ୟୁରୋ: ଯାଜପୁରରେ ଦୁର୍ନୀତିର ଚେର ଏତେ  ଲମ୍ବିଛି ଯେ, ପ୍ରତିଦିନ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। କୁସୁମାର ଆଲିଶାନ ବଙ୍ଗଳା ଏବଂ ବଲ୍ଲେ ବଲ୍ଲେ ଢ଼ାବାକୁ ନେଇ ଥମିବାର ନାଁ ନେଉନି ବିବାଦ। ଗୋଟେପଟେ ବଲ୍ଲେ ବଲ୍ଲେ ଢ଼ାବାରେ ବେଆଇନ ସରକାରୀ ଅର୍ଥର ବିନିଯୋଗ ଏବଂ ଅନ୍ୟପଟେ ଯାଜପୁର କୁସୁମା ଆଲିସାନ ବଙ୍ଗଳା ନିର୍ମାଣରେ ଖର୍ଚ୍ଚ ହୋଇଛି CSR ଫଣ୍ଡ । ସେପଟେ ଦୁଇ ବିବାଦୀୟ ଘଟଣା ଉପରେ ଉତ୍ତର ରଖିଛନ୍ତି ଯାଜପୁର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ସେ କହିଛନ୍ତି  ଢ଼ାବାର ଲିଜ ହୋଇଛି, ଲିଜ୍ କ୍ୟନସେଲ୍ କରାଯିବ। ଅନ୍ୟ ବ୍ଲକ ଗୁଡ଼ିକରେ ହୋଇଥିବା ଏପରି ବେଆଇନ କାର୍ଯ୍ୟର ମଧ୍ୟ ରିପୋର୍ଟ ମଗାଯାଇଛି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ।

ତେବେ ଏଠି ପ୍ରଶ୍ନ କାହିଁକି ଧର୍ମଶାଳା ବିଡିଓ ଏହାକୁ ଲୁଚାଇଥିଲେ । ବିଡିଓଙ୍କ ବେଆଇନ ସିଲ୍ ଉପରେ ହେବ ତ କାର୍ଯ୍ୟାନୁଷ୍ଠାନ।  ଅନ୍ୟପଟେ କୁସୁମା ମଧ୍ୟରେ ନିର୍ମାଣ ହୋଇଥିବା ବିଳାସପୂର୍ଣ୍ଣ ବଙ୍ଗଳା ପୌରପାଳିକା ଜାଗାରେ ହୋଇଛି ଓ  ତାହା ସି ଏସ ଆର ଫଣ୍ଡରୁ ନିର୍ମାଣ ହୋଇଛି କହିଛନ୍ତି ଜିଲ୍ଲାପାଳ । ସେପଟେ କୁସମା ଭିତରେ ଥିବା ଆଲିସାନ ବଙ୍ଗଳାରେ ଡିଲ୍ ସାଙ୍ଗକୁ ଅନୈତିକ କାମ ଚାଲିଥିବା ଅଭିଯୋଗ କରିଛନ୍ତି ଯାଜପୁରର ପୁର୍ବତନ ସାଂସଦ ଅଞ୍ଚଳ ଦାସ ।  ଇଡି ସିବିଆଇ ଏହାର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି ।

ସେପଟେ ଆଉ ଜଣେ ବିଜେଡି ବିଧାୟକଙ୍କ ହୋଟେଲକୁ ନେଇ ଧୀରେ ଧୀରେ ତେଜିବାରେ ଲାଗିଛି ଅସନ୍ତୋଷ । ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସ୍ବାଦ ହୋଟେଲକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା । 

ଅଧିକ ପଢ଼ନ୍ତୁ ଓଡିଶା ଖବର:

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା