ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି
by Argus News
Sat, Sep 28 | 12:32 p.m.

ଅର୍ଗସ ବ୍ୟୁରୋ: ଜମ୍ମୁ-କଶ୍ମୀର କୁଲଗାମର ଆଡ଼ିଗାମ ଦେବସର ଅଞ୍ଚଳରେ ଏନକାଉଣ୍ଟର ।  ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି । ଏହି ଏନକାଉଣ୍ଟରରେ ତିନି ସେନା ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଇନ୍ଦା ସୂଚନା ଆଧାରରେ ଶନିବାର କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସ ଦ୍ବାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବାରୁ ଉଭୟ ପକ୍ଷରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଚାଲିଛି । 

ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ଡକାଯାଇଛି। ଏହି ଅପରେସନରେ ସେନା, ଜମ୍ମୁ କଶ୍ମୀର ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟ ଜଡିତ ଅଛନ୍ତି । ସମଗ୍ର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଆତଙ୍କବାଦୀମାନେ କ୍ରମାଗତ ଭାବରେ ଜମ୍ମୁ କଶ୍ମୀରରେ ଅଶାନ୍ତି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଘାଟିରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି ।

ଆହୁରି ପଢନ୍ତୁ ଭାରତ ଖବର...

ସରକାର
9m ago
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ
ନସରୁଲ୍ଲାର ଆଡ୍ଡା
18m ago
ଆତଙ୍କର ସର୍ବନାଶ..ନସରୁହ୍ଲାର ହେଲା ବିନାଶ
ଅର୍ଗସ ବ୍ୟୁରୋ: ହିଜବୁଲ୍ଲା ହେଡ୍ ର ଖେଳ ଖତମ୍ । ବେରୁଟ୍ ରେ ନସରୁଲ୍ଲାର ଆଡ୍ଡା କୁ ଟ୍ରାକ୍ ତାପରେ ବମ୍ ଆଟାକ୍ । ହିଜବୁଲ୍ଲାର ହେଡକ୍ବାର୍ଟରର ବଙ୍କର ଭିତରେ ଲୁଚି ରହିଥିଲା ଆତଙ୍କ
REVENSHAW UNIVERSITY
27m ago
ପୁଣି ରେଭେନସା ନାଁ ପରିବର୍ତ୍ତନକୁ ନେଇ ଦାବି ଉଠିଲା ଜୋରଦାର
ଅର୍ଗସ ବ୍ୟୁରୋ: ଓଡ଼ିଆ ଗବେଷଣା କେନ୍ଦ୍ର ପକ୍ଷରୁ ଆଯୋଜିତ ଦିନିକିଆ ଆଲୋଚନା ଚକ୍ରରେ ଏକାଠି ହୋଇଥିଲେ । ରାଜ୍ୟରୁ ବହୁ ଜଣାଶୁଣା ରାଜନେତା ଶିକ୍ଷାବିତ, ସାହିତ୍ୟିକ, ସାମ୍ବାଦିକ, ବୁଦ୍ଧିଜୀବ