ଲାଗୁନି ବ୍ରେକ୍, ଚିହ୍ନଟ ହେଲେଣି ୧୧ ଜଣ୍ଡିସ ରୋଗୀ
by Argus News
Tue, Apr 09 | 7:59 p.m.

କଟକ: କଟକରେ ଜଣ୍ଡିସ୍ ବ୍ୟାପିବାରେ ଲାଗୁନି ରୋକ୍ । ଏଯାବତ ସରକାରୀ ସ୍ତରରେ ୧୧ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ସିଏମସି ଅଧୀନରେ ଥିବା ୫୨ ନମ୍ବର ୱାର୍ଡ ରାଜେନ୍ଦ୍ର ନଗରରେ ଗତ କିଛି ଦିନ ହେବ ଜଣ୍ଡିସ ପ୍ରଭାବିତ କରିଛି । ୪୮ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା । କିନ୍ତୁ ସେଥିରୁ ୧୧ ଜଣ ଜଣ୍ଡିସ୍ ଆକ୍ରନ୍ତ ଚିହ୍ନଟ ହୋଇଥିଲେ। 
ଗତକାଲି ୧୧ ଜଣଙ୍କ ବ୍ଲଡ଼ ରିପୋର୍ଟ ଟେଷ୍ଟ ପାଇଁ ଯାଇଛି । କିନ୍ତୁ ଏଯାବତ କୌଣସି ରିପୋର୍ଟ ହସ୍ତଗତ ହୋଇନଥିବା କହିଛନ୍ତି ଜିଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେଉରା । ଅନ୍ୟପଟେ ଉକ୍ତ ୱାର୍ଡରେ ଅଧିକ ଜଣ୍ଡିସ ନବ୍ୟାପିବା ପାଇଁ WATCO ବିଭାଗକୁ ନିର୍ଦେଶ ରହିଛି । ଶୀଘ୍ର ପାନୀୟ ଜଳ ପାଇଁ ବିଛା ଯାଇଥିବା ପାଇପ ପରିବର୍ତ୍ତନ କରିବା ପାଇଁ । ଆଉ ସେଠାରେ ମଧ୍ୟ ପାଇପ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ରାଜେନ୍ଦ୍ର ନଗରରେ ସର୍ଭିଲାନ୍ସ ଟିମ୍ ରହିଛି । 

ରକ୍ତ ନମୁନା ସଂଗ୍ରହ କରିବା ସହ ହାଲୋଜିନ ବଟିକା, ଓଆରଏସ ଓ ଅନ୍ୟାନ୍ୟ ଡାକ୍ତରୀ ସେବା ଜାରି ରଖଛନ୍ତି । କିପରି ଜଣ୍ଡିସ ଶୀଘ୍ର କଣ୍ଟ୍ରୋଲକୁ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ସିଏମସି ଓ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ଟିମ୍ ଗଠନ କରାଯାଇଛି । ସଂକ୍ରମିତ ଅଂଚଳରେ ପ୍ରତିଦିନ ସର୍ଭିଲାନ୍ସ ଟିମ୍ ମଧ୍ୟ ରହିଛନ୍ତି । ଯାହା ଅନୁମାନ କରାଯାଉଛି ଏହି ସଂଖ୍ୟା ରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଆଉ ଚିହ୍ନଟ ହେବେନାହିଁ ବୋଲି କହିଛନ୍ତି CDMO । 

ଏହାସହ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍  ଘରକୁ ଘର ବୁଲି ବଟିକା ବାଣ୍ଟିବା ସହ ସଚେତନତା ପରାମର୍ଶ ଦେଇଛନ୍ତି । ପାଇପ ଲାଇନକୁ ସଫା କରିବା ପାଇଁ ବିଭାଗକୁ କୁହାଯାଇଛି । ଏହାସହ ନଳ ସଫା କାର୍ଯ୍ୟ ଆରମ୍ଭ ହୋଇ ସାରିଛି । ଯେତିକି ବର୍ତ୍ତମାନ ସଂକ୍ରମିତ ଅଛନ୍ତି ଏହା ସେତିକିରେ ସୀମିତ ରହିବ ବୋଲି ଆକଳନ କରିଛି ସିଏମସି । ଅନ୍ୟପଟେ ବେସରକାରୀ ସ୍ଥରରେ ସଂଖ୍ୟା ବଢି ଚାଲିଛି । ଘରେ ଘରେ ଜଣ୍ଡିସ୍ ବଢି ଚାଲିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ