ଜିଓ ପ୍ଲାଟଫର୍ମସ ଲିମିଟେଡକୁ 'ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର' ମାନ୍ୟତା
by Argus News
Fri, Mar 01 | 9:30 p.m.

ଅର୍ଗସ ବ୍ୟୁରୋ : ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ), ଏସିଆନ୍ ଟେଲିକମ୍ ପୁରସ୍କାର ୨୦୨୪ ରେ 'ଟେଲିକମ୍ କମ୍ପାନୀ ଅଫ୍ ଦି ଇୟର' ଆଖ୍ୟା ହାସଲ କରିଛି । ଜିଓ ପ୍ଲାଟଫର୍ମସ ଲିମିଟେଡ୍ ର ଅଭିନବ ନବସୃଜନ ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ।

ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସ ଏକ୍ସପୋ ଓ କନଭେନସନ୍ ସେଣ୍ଟରରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱର ସର୍ବବୃହତ ୫ଜି ଷ୍ଟାଣ୍ଡ-ଏଲୋନ (ଏସଏ) କୋର ନେଟୱାର୍କ ସ୍ଥାପନ କରିଥିବା ପଦକ୍ଷେପ ପାଇଁ ଜିଓ ପ୍ଲାଟଫର୍ମସ ଲିମିଟେଡ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ସ୍ୱଦେଶୀ ଭାବରେ ବିକଶିତ ଅଭିନବ ସମାଧାନ ଜରିଆରେ ବିଶ୍ୱରେ ଟେଲି ଯୋଗାଯୋଗ ଓ ସଂଚାର କ୍ଷେତ୍ରକୁ ଆଗକୁ ବଢାଇବାର ବୈଷୟିକ ଶକ୍ତି ଏବଂ ପ୍ରତିବଦ୍ଧତାର ପରିଚାୟକ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହା ଜିଓ ପ୍ଲାଟଫର୍ମସ ଲିମିଟେଡର ରଣନୀତିକ ଦୂରଦୃଷ୍ଟି, ଇଞ୍ଜିନିୟରିଂ କ୍ଷମତା ଏବଂ ଡିଜିଟାଲ୍ ଦୃଶ୍ୟପଟ୍ଟର ରୂପାନ୍ତରଣ ତଥା ଟେଲିକମ ଶିଳ୍ପ ପାଇଁ ଉତ୍କର୍ଷର ନୂତନ ମାନକ ସୃଷ୍ଟି କରିବାରେ ନେତୃତ୍ୱ ସ୍ଥାନକୁ ପ୍ରତିଫଳିତ କରୁଛି ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ