ଜୋର ହେଉଛି ମାଓ ବାଦୀ ବିରୋଧୀ ଅଭିଯାନ
by Argus News
Sun, Oct 06 | 4:10 p.m.

ଅର୍ଗସ ବ୍ୟୁରୋ:  ଜୋର ହେଉଛି ମାଓ ବିରୋଧୀ ଅଭିଯାନ । କେନ୍ଦ୍ର ଗୃହ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ବୈଠକରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ। ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ସମସ୍ୟାର ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ । ଗତକାଲି ଛତିଶଗଡ଼ରେ ୩୧ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିଲା । ଏହାସହ ବହୁ ମାରଣାସ୍ତ୍ର ବି ଜବତ କରିଥିଲେ ସୁରକ୍ଷା ବାହିନୀ । ଦିନକୁ ଦିନ ମାଓ ବିରୋଧୀ ଅପରେସନକୁ ଜୋରଦାର କରୁଛନ୍ତି ସୁରକ୍ଷା ବଳ ।

ଅଧିକ ପଢ଼ନ୍ତୁ ଓଡିଶା ଖବର...

ଡିବିରି ଆଲୁଅ
26m ago
ରାତି ହେଲେ ଏଠି ଡିବିରି ଆଲୁଅ ଭରସା
ମୟୂରଭଞ୍ଜ: ସ୍ବାଧୀନତାର ସାତ ଦଶନ୍ଧି ଓ ସ୍ଥାୟୀ ବିଜେଡି ସରକାରଙ୍କ ଚବିଶ ବର୍ଷ ଶାସନ ପରେ ମଧ୍ୟ ସୀମାନ୍ତ ବାସୀଙ୍କୁ ବିକାଶ ଧକା। ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଆଜ
ଗିରଫ
30m ago
ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, 7 ଯୁବକ ଗିରଫ
ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା । 7 ଜଣ ଯୁବକଙ୍କୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ADCP
ଅପହଞ୍ଚ ଗାଁ
53m ago
୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା
ଅର୍ଗସ ବ୍ୟୁରୋ: ୫-ଜି ଯୁଗର ଅପହଞ୍ଚ ଗାଁ ରାଲିବେଡା। ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ତୋଳାପାତି ଗ୍ରାମ ପଞ୍ଚାୟତର ରାଲିବେଡା । ରାତି ହେଲେ ଅନ୍ଧାରରେ ବୁଡି ଯା