ଜୁଆଙ୍ଗଙ୍କୁ ମିଳୁନି ରାସନକାର୍ଡ, ସରକାର କହୁଛନ୍ତି ସମସ୍ତଙ୍କୁ ଚାଉଳ ଦେଉଛୁ 
by Argus News
Fri, Apr 12 | 3:15 p.m.

ଭୁବନେଶ୍ୱର:  ଓଡ଼ିଶାରେ ନବୀନ ସରକାର ସମସ୍ତଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇ ଦେଇଛନ୍ତି ବୋଲି ବଡ଼ ବଡ଼ ପ୍ରଚାର କରୁଛନ୍ତି । ଏଥିପାଇଁ ଦୁଇ ଦିନ ତଳେ ଜାତିସଂଘର ଭାରତ ପ୍ରତିନିଧି ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାର୍ଟିଫିକେଟ ଦେଇଛନ୍ତି । ଅନ୍ୟପଟେ କେନ୍ଦୁଝରର ଜୁଆଙ୍ଗ ମାନେ ରାସନ ମାଗୁଛନ୍ତି କିନ୍ତୁ ସେମାନଙ୍କୁ ରାସନ ମିଳୁନାହିଁ । ଖାଦ୍ୟ ନିରାପତ୍ତା ଲାଗି ସାର୍ଟିଫିକେଟ ପାଇଥିବା ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି ।

ଯାଜପୁର ଓ କେନ୍ଦୁଝର ସୀମାର 200ରୁ ଅଧିକ ଜୁଆଙ୍ଗ ପରିବାରଙ୍କୁ ରାସନ ମିଳୁନାହିଁ । କିନ୍ତୁ ରାଜ୍ୟ ସରକାର ଚାରିଆଡ଼େ ପ୍ରଚାର କରୁଛନ୍ତି, ଯେ ଆମେ ସମସ୍ତଙ୍କୁ ଚାଉଳ ଦେଉଛୁ । ଏ ଲୋକ ମାନେ କଣ ଅପରାଧ କରିଥିଲେ । କାହିଁକି ଏମାନଙ୍କୁ ଚାଉଳ ଦେଉନାହାନ୍ତି ରାଜ୍ୟ ସରକାର । ଗୋଟିଏ ପଟେ ଏମାନେ ଖାଦ୍ୟ ସୁରକ୍ଷାରେ ବଞ୍ଚିତ, କିନ୍ତୁ ଅନ୍ୟ ପଟେ ଖାଲି ସାର୍ଟିଫିକେଟ ଗୋଟାଉଛନ୍ତି  ରାଜ୍ୟ ସରକାର । ଖେଳ ପାଇଁ ସାର୍ଟିଫିକେଟ ପାଇଛନ୍ତି ରାଜ୍ୟ ସରକାର । ଖେଳ ଭିତ୍ତିଭୂମି ନାଁରେ ହାଜର ହାଜର କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ କ୍ରୀଡା କ୍ଷେତ୍ରରେ କଣ ଉନ୍ନତି ହୋଇଛି ବୋଲି ପ୍ରଶ୍ନ କଲା ବିଜେପି । ମିଲେଟ ମିଶନ ନାଁରେ ବଡ଼ ବଡ଼ ପ୍ରଚାର କରୁଛନ୍ତି ବିଜେଡ଼ି ସରକାର । କିନ୍ତୁ ମାଣ୍ଡିଆ କର୍ଣ୍ଣାଟକରୁ ଆସୁଛି । ମିଥ୍ୟା ପ୍ରଚାର କରି ଓଡ଼ିଆ ଜାତିକୁ ବଦନାମ କରୁଛନ୍ତି ରାଜ୍ୟ ସରକାର ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ