ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି; ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି
by Argus News
Mon, May 06 | 10:50 a.m.

ଅର୍ଗସ ବ୍ୟୁରୋ: ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ । କନିଷି ପଡିଆରେ ଜୟ ଜଗନ୍ନାଥ,ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । କାଲି ଅଯୋଧ୍ୟାରେ ଥିଲି, ରାମଲାଲାଙ୍କ ଦର୍ଶନ କଲି । ଆଜି ମୁଁ ଜଗନ୍ନାଥଙ୍କ ଭୂମି ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି କହିଲେ ପ୍ରଧାନମନ୍ତ୍ରୀ । ବିଜେଡି ସରକାର ଉପରେ ପ୍ରବଳ ବର୍ଷିଲେ । 

ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ପତ୍ର ଘୋଷଣା ହୋଇଛି । ବିଜେପି ଯାହା କହେ, ତାହା କରି ଦେଖାଏ ବୋଲି ସ୍ପଷ୍ଟ କହିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ସରକାର ହେଲା ପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ । ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି । ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । 

ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ନିମନ୍ତ୍ରଣ ଦେବାକୁ ଆସିଛି । ଓଡ଼ିଶାରେ ବିଜେଡି ଅସ୍ତ ହେଉଛି, କଂଗ୍ରେସ ଅତୀତ ହୋଇଛି । ଓଡ଼ିଶାରେ କେବଳ ବିଜେପି ଉଦିତ ସୂର୍ଯ୍ୟ ଭାବେ ଉଭା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ମୋଦି ନୁହେଁ ରାମ ମନ୍ଦିର ଆପଣଙ୍କ ଭୋଟ୍ ବଦଳରେ ନିର୍ମାଣ ହୋଇଛି କହିଲେ ମୋଦି । ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ROADS
ବେହାଲ ରାସ୍ତା ଲୋକେ ହିନସ୍ତା, ଯନ୍ତ୍ରଣା ଦେଉଛି ଅସମ୍ପୂର୍ଣ୍ଣ ରାସ୍ତା
ଅର୍ଗସ ବ୍ୟୁରୋ: ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା.ରାସ୍ତା ଏମିତି ଯୁଆଡେ ଚାହିଁବେ ଖାଲ ଖମାରେ ଭର୍ତ୍ତି। ସ୍ଥାନେସ୍ଥାନେ ମେଟାଲ ଉଠିଗଲାଣି ।
DHARMENDRA
ମହତାବଙ୍କୁ ମନପକାଇଲେ, ବଡ଼ ବୟାନ ଦେଲେ ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ: ଡଃ ହରେକୃଷ୍ଣ ମହତାବ୍‌ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । କିନ୍ତୁ ତାଙ୍କର ମୁଖ୍ୟମନ୍ତ୍ରୀ କାଳରେ ଏମିତି କିଛି କାର୍ଯ୍ୟ କରିଥିଲେ ଯାହା ଆଜି ବ
RUSSIA
ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
ଅର୍ଗସ ବ୍ୟୁରୋ: ପୁଣି ଘନେଇଲା ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ୩୩ ମାସ ହେଲା ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନ୍ ଉପରେ ବାଲିଷ୍ଟିକ୍ ମିସାଇଲ୍ ଆକ୍ରମଣ କରିଛି ରୁଷିଆ
JOBS
ନୂଆଦିଲ୍ଲୀରେ `JOBS AT YOUR DOOR STEP’ ରିପୋର୍ଟ ଲଞ୍ଚ
ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ JOBS AT YOUR DOORSTEP ରିପୋର୍ଟ ଲଞ୍ଚ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ର
DIG
ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ
ଅର୍ଗସ ବ୍ୟୁରୋ: ବିରଜା ପ୍ରକଳ୍ପକୁ ନେଇ ଡିଆଇଜିଙ୍କ ପ୍ରେସମିଟ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ଜାଗାରେ ୨୮ ପ୍ଲାଟୁନ ଫୋର୍ସକୁ ସଜାଗ କରାଯାଇଛି। ଆଗାମୀ ଦିନର