ଆଜିଠୁ ଆନ୍ଦୋଳନ ପ୍ରତ୍ୟାହାର କରିବେ ଡାକ୍ତର 
by Argus News
Fri, Sep 20 | 7:48 a.m.

ନୂଆଦିଲ୍ଲୀ:  କାର୍ଯ୍ୟରେ ଯୋଗଦେବେ ପଶ୍ଚିମବଂଗର ଜୁନିୟର ଡାକ୍ତର । ଆଜିଠୁ ସେମାନେ ତାଙ୍କର ଆନ୍ଦୋଳନ ପ୍ରତ୍ୟାହାର କରିବେ । ଆସନ୍ତାକାଲିଠୁ  ଜୁନିୟର ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଇ ରୋଗୀସେବା କରିବେ । ଅଗଷ୍ଟ ୯ ତାରିଖରେ ଆରଜିକର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣାରେ ବସିଥିଲେ ।

ଏପରିକି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ କରିଥିଲେ । ଜୁନିୟର ଡାକ୍ତରମାନଙ୍କୁ ଆଲୋଚନା ପାଇଁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାରମ୍ବାର ଡାକିଥିଲେ ମଧ୍ୟ ସେମାନେ ରାଜି ହୋଇ ନଥିଲେ । କିନ୍ତୁ ଦୁଇ ଦିନ ତଳେ ଜୁନିୟର ଡାକ୍ତରଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କର ଦାବି ପୂରଣ ପାଇଁ ପଶ୍ଚିମବଂଗ ସରକାର ରାଜି ହେବା ପରେ ବର୍ବୋରଚିତ କାଣ୍ଡର ୪୦ ଦିନ ପରେ ଜୁନିୟର ଡାକ୍ତରମାନେ ଆନ୍ଦୋଳନରୁ ଓହରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 

ଟେଷ୍ଟ
7m ago
ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା
ଅର୍ଗସ ବ୍ୟୁରୋ:ରେକର୍ଡ କଲେ ହୃଦୟ ଜିତିଲେ ରବି ଯୋଡି, ଟେଷ୍ଟରେ କମବ୍ୟାକ କଲା ଟିମ୍ ଇଣ୍ଡିଆ,ଭାଙ୍ଗିଲେ ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ,ଚେନ୍ନାଇରେ ଧମାଲ୍ କଲେ ଟିମ୍ ଇଣ୍ଡିଆ
ଟେଷ୍ଟ
52m ago
ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲ
ପଶୁ ଚର୍ବି
ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତ