ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ  
by Argus News
Fri, Sep 20 | 10:40 a.m.

ନୂଆଦିଲ୍ଲୀ:  ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତି ସରଗରମ ହୋଇଛି। ପୂର୍ବ YSRCP ଶାସନ କାଳରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଚନ୍ଦ୍ରବାବୁ ଦାବି କରିଥିଲେ । ଗୁଜରାଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ପଶୁପାଳନ ଓ ଖାଦ୍ୟ ବିଶ୍ଳେଷଣ ଏବଂ ଅଧ୍ୟୟନ କେନ୍ଦ୍ର ଲାବୋରେଟୋରୀ ଦ୍ୱାରା ଜାରି ରିପୋର୍ଟକୁ ନେଇ ସିଏମ ଚନ୍ଦ୍ରବାବୁ ଏପରି ଦାବି କରିଥିଲେ ।

YSRCP ସରକାର ସମୟରେ ମନ୍ଦିରରେ ଅଶୁଦ୍ଧ ଘିଅ ବ୍ୟବହାର ହେଉଥିଲା । ଲଡୁରେ ମଧ୍ୟ ଏହି ଘିଅ ବ୍ୟବହାର ହେଉଥବା ଦାବି କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତିରୁମାଲା ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଥିଲେ ପୂର୍ବ ସରକାର । TDP କ୍ଷମତାକୁ ଆସିବା ପରେ ତିରୁପତି ମନ୍ଦିରରେ ଶୁଦ୍ଧ ଘିଅର ବ୍ୟବହାର ହେଉଥିବା ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର 
 

ଟେଷ୍ଟ
ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଅଶ୍ଵିନ-ଜାଡ଼େଜା
ଅର୍ଗସ ବ୍ୟୁରୋ:ରେକର୍ଡ କଲେ ହୃଦୟ ଜିତିଲେ ରବି ଯୋଡି, ଟେଷ୍ଟରେ କମବ୍ୟାକ କଲା ଟିମ୍ ଇଣ୍ଡିଆ,ଭାଙ୍ଗିଲେ ସଚିନ-ଜାହିରଙ୍କ ୨୦ ବର୍ଷର ପୁରୁଣା ରେକର୍ଡ,ଚେନ୍ନାଇରେ ଧମାଲ୍ କଲେ ଟିମ୍ ଇଣ୍ଡିଆ
ଟେଷ୍ଟ
ବାଂଲାଦେଶ  ବିପକ୍ଷ ଟେଷ୍ଟ ୩୭୬ ରନରେ ଅଟକିଲା ରୋହିତ ସେନା,ଅଶ୍ବିନଙ୍କ ଶତକ
ଅର୍ଗସ ବ୍ୟୁରୋ:ଚେନ୍ନାଇରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟରେ ପ୍ରଥମ ଦିନରେ ଜୟସ୍ୱାଲଙ୍କୁ ଛାଡି ଦେଲେ ଅନ୍ୟ ଟପ୍ ଅର୍ଡର ଫେଲ୍ ମାରିଥିଲେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲ
ପଶୁ ଚର୍ବି
ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଅଭିଯୋଗ ଆଣିଲେ ଚନ୍ଦ୍ରବାବୁ ନାଇଡୁ
ନୂଆଦିଲ୍ଲୀ: ତିରୁପତି ଲଡୁକୁ ନେଇ ଥମୁନି ଚର୍ଚ୍ଚା । ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦାବି ପରଠାରୁ ଆନ୍ଧ୍ର ରାଜନୀତ