ଭିଜିଲାନ୍ସକୁ ଦେଖି ବାବୁ ହୋଇଥିଲେ ସେନ୍ସଲେସ୍‌ , ଘରୁ ମିଳିଲା...
by Argus News
Sun, Sep 01 | 7:23 p.m.

ଅର୍ଗସ ବ୍ୟୁରୋ : ଇଞ୍ଜିନିୟର ବାବୁଙ୍କୁ ଦେଖିଲେ ଦୁଃଖ ଲାଗିବ , କାରଣ ଲାଂଚ ନେବା କଥା ଭିଜିଲାନ୍ସ ଜାଣି ଚଢାଉ କଲା ବେଳେ ଭିଜିଲାନ୍ସ ଟିମ୍‌କୁ ଦେଖି ବାବୁ ହୋଇଯାଇଥିଲେ ବୋହୋସ । ସେଇଥି ଲାଗି ତ ମେଡିକାଲରେ ହେଲେ ଭର୍ତ୍ତି । କିନ୍ତୁ ତାଙ୍କ ଘରୁ ଯେତିକି ଟଙ୍କା ଓ ଗହଣା ମିଳିଛି ତାକୁ ଦେଖି ଭିଜିଲାନ୍ସ ବି ଟେରା । 

ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ । ଘରୁ ଜବତ ହୋଇଛି ନଗଦ ୧୪ ଲକ୍ଷ ୮୧ ହଜାର ୩ ଶହ ଟଙ୍କା । ଖାଲି ସେତିକି ନୁହେଁ, ୩୦ ଭରି ସୁନା ଗହଣା ମିଳିଥିବା ସୂଚନା ମିଳିଛି । ଏହା ସହିତ ତାଙ୍କର ଏକାଧିକ ପ୍ଲଟ ରହିଛି ରାଜ୍ୟର ବଡ଼ ବଡ଼ ସହରରେ। ସୂଚନା ଅନୁସାରେ, ରାୟଗଡ଼ାରେ ୪ଟି ପ୍ଳଟ ଥିବା ବେଳେ ଟିକିରିରେ ଗୋଟିଏ ଅଛି । ସେହିପରି ଭୁବନେଶ୍ୱର ଓ କଟକରେ ବି ତାଙ୍କର ପ୍ଲଟ ଥିବା ଜଣାପଡ଼ିଛି ।

କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ଜଣେ ଗାଁ ସାଥୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଭିଜିଲାନ୍ସ ହାତରେ ଧରାପଡ଼ିବା ମାତ୍ରେ ସେ ଚେତା ହରାଇଥିଲେ । ଚେତା ହରାଇବା ପରେ ତାଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ରାୟଗଡ଼ା ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ତାଙ୍କ ଘରୁ ୧୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ସୂଚନା ଅନୁସାରେ, ମନରେଗାରେ ଏକ ରାସ୍ତା ତିଆରି ହୋଇଥିବା ବେଳେ ଏହାର ମାପଚୁପ କରିବା ଓ ଏଥିରେ ନିୟୋଜିତ ଶ୍ରମିକଙ୍କ ପାରିଶ୍ରମିକ ରିଲିଜ୍ କରିବା ପାଇଁ ଜଣେ ଗାଁ ସାଥୀଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ।
(ରାୟଗଡ଼ାରୁ ମୃତ୍ୟୁଞ୍ଜୟ ନନ୍ଦ)
 

କାଳୀପୂଜା
29m ago
କାଳୀପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ
ଅର୍ଗସ ବ୍ୟୁରୋ: କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେ
ଡେପ୍‌ସାଙ୍ଗ
29m ago
ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ
ଅର୍ଗସ ବ୍ୟୁରୋ: ଡେପ୍‌ସାଙ୍ଗ ଓ ଡେମ୍‌ଚୋକ୍‌ରେ ଭାରତ-ଚୀନ ସେନା ପାଟ୍ରୋଲିଂ ଆରମ୍ଭ । LAC ବୁଝାମଣା ଅନୁସାରେ ଶେଷ ହୋଇଥିଲା ସେନା ପ୍ରତ୍ୟାହାର । ଡେପସାଙ୍ଗ ଓ ଡେମଚୋକରେ 4
DIWALI 2024
36m ago
ଦୀପାବଳି; ରଙ୍ଗୀନ ଆଲୋକରେ ଝଲସୁଛି ପୁରା ଦେଶ
ଅର୍ଗସ ବ୍ୟୁରୋ: ଦେଶରେ ଦୀପାବଳି ଧୁମ୍ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତ