'ଦାନା' ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ
by Argus News
Fri, Oct 25 | 12:13 a.m.

ଅର୍ଗସ ବ୍ୟୁରୋ: ଉପକୂଳରେ ମାଡ ହେଲା ବାତ୍ୟା ଦାନା । ଦାନା ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । 5 ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭୋର୍ ଯାଏ ଚାଲୁ ରହିବ ।  ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରୁଛି ବାତ୍ୟା । ତେବେ ବାତ୍ୟା ନେଇ ଭୟବିତ ହେବାର ଆବଶ୍ୟକତା ନାହିଁ । ଧାମରାରେ ପବନର ବେଗ ବଢ଼ିବାରେ ଲାଗିଛି । ସୁ ସୁ କରି ଗର୍ଜନ କରୁଛି ପବନ । ଆଉ ବେଳେବେଳେ ଝଟକା ମଧ୍ୟ ଅନୁଭୁତ ହେଉଛି । ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି । ଏବେଠୁ ସକାଳ ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ ।

 

ବାତ୍ୟା ଦାନା ପ୍ରଭାବରେ ପାରାଦ୍ୱୀପରେ ଲଗାଣ ବର୍ଷା ଓ ପବନ ହେଉଛି । ଲ୍ୟାଣ୍ଡଫଲ କରୁଛି ବାତ୍ୟା ଦାନା । ଏବେ ପବନର ବେଗ ଘଣ୍ଟା ପ୍ରତି ୧୦୦ କିମି ରହିଛି । ବାଲେଶ୍ୱରୟ-ଭଦ୍ରକ-କେନ୍ଦ୍ରାପଡ଼ା-ଜଗତସିଂହପୁର ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି । 

 

CYCLONE DANA
1m ago
ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଯିବ ବାତ୍ୟା । ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା ହାବେଳିଖଟି ନେଚର କ୍ୟାମ୍ପ ଦେଇ ଗତି କରୁଛ
CYCLONE UPDATE
53m ago
ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବ
ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି । ଭାଙ୍ଗିଲାଣି ବଡ ବଡ ଗଛ । ଧାମରାରେ ପବନର ବେଗ ବଢ଼ିବାର
CYCLONE DANA
ଆଗାମୀ 3 ଘଣ୍ଟା ପାଇଁ ରାଜ୍ୟର 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପାରାଦୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ 39 ଏବଂ ପୁରୀରେ 4.8