ବଢୁଛି ହାର୍ଟବିଟ୍ ; ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା
by Argus News
Thu, Oct 24 | 11:34 p.m.

ଅର୍ଗସ ବ୍ୟୁରୋ:  ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା । ପାରାଦୀପଠାରୁ ୫୦ କିମି ଦୂରରେ ରହିଛି ବାତ୍ୟା । ଧାମରା ଠାରୁ ୬୦ କିମି ଦୂରରେ ରହିଛି ବାତ୍ୟା । ଘଣ୍ଟାକୁ ୧୩ କିମି ବେଗରେ ଉପକୂଳକୁ ମାଡ଼ିଆସୁଛି ଦାନା । 

ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି । ରାତି ୩ଟାରୁ ଭୋର୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହାର ତୀବ୍ରତା ଅତି ଭୀଷଣ ହୋଇନଥିବାରୁ ବାତ୍ୟାର ଆଖି ସୃଷ୍ଟି ହେବନାହିଁ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।  ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 

ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଏହା ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗକୁ ରିକର୍ଭ ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ କାଲି ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ । 


 

CYCLONE DANA
12m ago
ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଘଣ୍ଟାଏ ଭିତରେ ଭିତରକନିକା-ଧାମରା ଦେଇ ଯିବ ବାତ୍ୟା । ଜାରି ରହିଛି ବାତ୍ୟା `ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଭିତରକନିକା ହାବେଳିଖଟି ନେଚର କ୍ୟାମ୍ପ ଦେଇ ଗତି କରୁଛ
CYCLONE UPDATE
ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବ
ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି । ଭାଙ୍ଗିଲାଣି ବଡ ବଡ ଗଛ । ଧାମରାରେ ପବନର ବେଗ ବଢ଼ିବାର
CYCLONE DANA
ଆଗାମୀ 3 ଘଣ୍ଟା ପାଇଁ ରାଜ୍ୟର 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଅର୍ଗସ ବ୍ୟୁରୋ: ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ପାରାଦୀପରେ ସର୍ବାଧିକ ବର୍ଷା 51 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚାନ୍ଦବାଲିରେ 39 ଏବଂ ପୁରୀରେ 4.8