କନ୍ଧମାଳ ଦାଦନଙ୍କ ରାଜସ୍ଥାନରେ ମୃତ୍ୟୁ, ଶବ ଆଣିବା ପାଇଁ ପରିବାରର ନିବେଦନ
by Argus News
Thu, Feb 29 | 10:10 a.m.

ନବରଙ୍ଗପୁର/କନ୍ଧମାଳ:  ପୁଣି ଦାଦନ ଯନ୍ତ୍ରଣା । ଦାଦନ ଖଟିବାକୁ ଯାଇ ଚାଲିଯାଇଛି  ଜୀବନ । ସେପଟେ ଅର୍ଥାଭାବରୁ ଘରକୁ ଫେରିପାରୁନି ମୃତଦେହ ।  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଗୌତମ ଦିଗାଲ 6 ମାସ ତଳେ ଦାଦନ ଖଟିବାକୁ ରାଜସ୍ଥାନ ଯାଇଥିଲେ । 24 ତାରିଖ ରାତିରେ କମ୍ପାନୀ କାମ ସାରି ଘରକୁ ଫେରିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ I ସାଥି କର୍ମଚାରୀ ଓ  କମ୍ପାନୀ କର୍ତ୍ତୃପକ୍ଷଙ୍କ ସହଯୋଗରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ସେପଟେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ପୁଅର ମୃତଦେହ ଫେରାଇ ଆଣିବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର । 

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ମଧ୍ୟ ଦାଦନ ଦୁଃଖ । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ଶବ ହୋଇ ଫେରିଛନ୍ତି ପାଟଖଲିଆ ଗାଁର ଖିରସିନ୍ଧୁ ମାଝୀ । ସେ ତେଲେଙ୍ଗାନାର ଏକ ଇଟା ଭାଟିରେ କାମ କରୁଥିଲେ । ରେଳ ଲାଇନ୍ ରୁ ତେଲେଙ୍ଗାନା ରେଲୱେ ପୋଲିସ୍ ତାଙ୍କ ମୃତଦେହ ଉଦ୍ଧାର କରିଛି । ପରିବାର ଲୋକେ ହତ୍ୟା  ଅଭିଯୋଗ ଆଣି ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ