କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା 
by Argus News
Fri, Nov 10 | 1:52 p.m.

କନ୍ଧମାଳ : ଆଜି କନ୍ଧମାଳ ବନ୍ଦ ପାଳନ ସଫଳ ହୋଇଛି ବାଲିଗୁଡ଼ା ରେ। ସୂଚନା ପ୍ରକାରେ କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଛି। ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପରୁ ଫୁଲବାଣୀ ସହରକୁ ବାଦ୍ ଦେବା ପରିପ୍ରେକ୍ଷୀରେ ଆଜି ସମଗ୍ର ଜିଲ୍ଲାରେ ବନ୍ଦ ପାଳନ କରାଯାଉଛି । ବାଲିଗୁଡ଼ା , ତୁମୁଡ଼ିବନ୍ଧ, କୋଟଗଡ଼ ବ୍ଳକରେ ଯାତାୟତ ସମ୍ପୂର୍ଣ ଭାବେ ବ୍ୟାଘାତ ହୋଇଛି ଓ ଦୋକାନ ବଜାର ବି ବନ୍ଦ ଥିବା ଦେଖିବାକୁ ମିଳୁଛି ।

କେନ୍ଦ୍ର ସରକାରଙ୍କ ବଜେଟ ରେ ପ୍ରକଳ୍ପକୁ  ୧ କୋଟି ଟୋକନ ଅର୍ଥ ପ୍ରଦାନ, ଓରିଡିଲ୍‌ର ୨୦୨୨ ସର୍ବେକ୍ଷଣରେ ଫୁଲବାଣୀ ଥିଲା, ୨୦୨୩ରେ ବାଦ୍ ବୈଷୟିକ ଓ ଆର୍ଥିକ ବୃଦ୍ଧି ଦର୍ଶାଇ ମାର୍ଗ ପରିବର୍ତ୍ତନ ପ୍ରତିବାଦରେ ଆଜି କନ୍ଧମାଳ ବିକାଶ ପରିଷଦ ପକ୍ଷରୁ କନ୍ଧମାଳ ବନ୍ଦ ଡାକରା ଦିଆଯାଇଛି। ପୁନର୍ବାର ସର୍ଭେ କରି ଫୁଲବାଣୀ ସହର କୁ ପୁନଃ ସଂଯୋଗ କରିବା ଦାବି ରେ  ଆଜି ବନ୍ଦ ପାଳନ କରାଯାଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ