ପାର୍ଲାମେଣ୍ଟରେ କଙ୍ଗନା-ଚିରାଗଙ୍କ କେମେଷ୍ଟ୍ରି
by Argus News
Thu, Jun 27 | 4:41 p.m.

ଅର୍ଗସ ବ୍ୟୁରୋ: ହିମାଚଳପ୍ରଦେଶର ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଜିତିବାପରେ ଅଭିନେତ୍ରୀ ତଥା ଏମପି କଙ୍ଗନା ରାଣାଓ୍ବତ ଏବେ ଚର୍ଚ୍ଚାରେ।  ଆଜିକାଲି ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୧୩ବର୍ଷ ପୂର୍ବରୁ ଏକ ଫିଲ୍ମରେ ଚିରାଗ ଏବଂ କଙ୍ଗନାଙ୍କୁ ଦେଖିବାକୁ ମିଳିଥିଲା। ଏବେ ପୁଣି ଥରେ ଉଭୟଙ୍କର ଆଶ୍ଚର୍ଯ୍ୟଜନକ କେମେଷ୍ଟ୍ରି ପାର୍ଲାମେଣ୍ଟରେ ଦେଖିବାକୁ ମିଳିଛି। କଙ୍ଗନା ଏବଂ ଚିରାଗଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓ ପାର୍ଲାମେଣ୍ଟ ଗୃହର ଅଟେ।

ବିହାରର ହାଜିପୁରରୁ ନିର୍ବାଚନ ଜିତିବାପରେ ଚିରାଗ ପାର୍ଲାମେଣ୍ଟରେ ପହଞ୍ଚିଛନ୍ତି। ଉଭୟ ନବ ନିର୍ବାଚିତ ଏମପି ପାର୍ଲାମେଣ୍ଟ ଗୃହରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ କଙ୍ଗନା ଏବଂ ଚିରାଗଙ୍କ ଭେଟ ବେଶ ଉତ୍ସାହଜନକ ଥିଲା।

ଭିଡିଓରେ ଦେଖିବାକୁ ମିଳିଲା କଙ୍ଗନା ଏବଂ ଚିରାଗ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ତା'ପରେ କିଛି ସମୟ ପାଇଁ ନିଜ ମଧ୍ୟରେ କଥା ହେବାପରେ ଉଭୟ ଏମପି ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି। ଅନେକ ଏମପି ମଧ୍ୟ ଦୁଇ ଏମପିଙ୍କ ମଧ୍ୟରେ ଥିବା ରୋମାଣ୍ଟିକ ଦୃଷ୍ଟିଭଙ୍ଗୀଙ୍କୁ ଦେଖୁଛନ୍ତି। 

ତେବେ ଚିରାଗ ତାଙ୍କର ଡେବ୍ୟୁ ଫିଲ୍ମରେ କଙ୍ଗନାଙ୍କ ସହ କାମ କରିଛନ୍ତି। ସେମାନଙ୍କ ଫିଲ୍ମ `ମିଲେ ନା ମିଲେ ହମ' ୧୩ ବର୍ଷ ପୂର୍ବେ ରିଲିଜ ହୋଇଥିଲା। କଙ୍ଗନା ଏଥିରେ ଲିଡ ରୋଲରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ବକ୍ସଅଫିସରେ ସେତେଟା ପ୍ରଭାବ ପକାଇ ପାରି ନ  ଥିଲା। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

HOROSCOPE
21m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
29m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ
ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ