ଟିଭି ସୋ' ର ସବୁଠୁ ଧନୀ ଅଭିନେତା କପିଲ ଶର୍ମା
by Argus News
Tue, Jul 23 | 10:54 a.m.

ଅର୍ଗସ ବ୍ୟୁରୋ : ସମସ୍ତଙ୍କ ପ୍ରିୟ, ସବୁଠୁ ଚର୍ଚ୍ଚିତ କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା । ସବୁବେଳେ ନିଜର ମଜାଦାର କଥାର ଶୈଳୀରେ ଅନ୍ୟମାନଙ୍କୁ ହସାଇବାକୁ ମଜବୁର କରିଦିଅନ୍ତି । ହେଲେ କମେଡିରୁ ନିଜର କ୍ୟାରିଅର ଆରମ୍ଭ କରିଥିବା କପିଲ ଶର୍ମା ଧିରେ ଧିରେ ଜଣେ ଭଲ ଅଭିନେତା, ଭଲ ହୋଷ୍ଟ , ଭଲ ପ୍ରଡ୍ୟୁସର ଭାବେ ଲୋକଙ୍କ ହୃଦୟ ଜିତିଛନ୍ତି ।  କିନ୍ତୁ ଲୋକଙ୍କ ହୃଦୟରେ ସେ କମେଡି କିଙ୍ଗ କପିଲ ଭାବେ ରାଜ୍ କରୁଛନ୍ତି । 

କୁହାଯାଏ , ପରିଶ୍ରମର ମୂଲ୍ୟ ଡେରିରେ ହେଉ ପଛେ କିନ୍ତୁ ଉଚିତ ମିଳିଥାଏ  । ଯଦି ଜଣେ ସଠିକ ପରିଶ୍ରମ ଅଧ୍ୟବସାୟ କରୁଛି, ତେବେ ତାର ମୂଲ୍ୟ ସେ ପାଇବା ହକଦାର । ଯାହାର ଏକ ପ୍ରକୃତ ଉଦାହରଣ ହେଉଛନ୍ତି କପିଲ ଶର୍ମା । ରିପୋର୍ଟ କହୁଛି, ଟିଭି ଶୋ ର ଅଭିନେତା ମାନଙ୍କ ମଧ୍ୟରୁ କପିଲ ହେଉଛନ୍ତି ସବୁଠାରୁ ଧନୀ ଅଭିନେତା ।  ୨୦୦୭ରେ "ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ"ରୁ ଆରମ୍ଭ କରିଥିଲେ ନିଜର କ୍ୟାରିଅର । ଏହି ସୋ ରେ ଜିତିବା ପରେ ତାଙ୍କର କ୍ୟାରିଅରରେ ଆସିଥିଲା ପରିବର୍ତ୍ତନ । ଏହାପରେ ୨୦୧୦ରେ କମେଡି ସର୍କସରେ ଭାଗ ନେଇଥିଲେ । ୨୦୧୩ରୁ ସେ ନିଜର "କମେଡି ନାଇଟସ୍ ୱିଥ୍ କପିଲ" ଲଞ୍ଚ କରିଥିଲେ । ୨୦୧୬ରେ "ଦ କପିଲ ଶର୍ମା ଶୋ" ଆରମ୍ଭ କରିଥିଲେ, ଯାହା ତାଙ୍କୁ ଖୁବ ସଫଳତା ଦେଇଥିଲା । ବଲିଉଡ ହଲିଉଡର ଅନେକ ସୁପରହିଟ ଗେଷ୍ଟ ଏହି ଶୋ କୁ ଆସିଛନ୍ତି ।

  ବର୍ତ୍ତମାନ ସେ ନିଜର ପ୍ରତି ଶୋ ପିଛା ୫୦ ଲକ୍ଷ ଟଙ୍କା ନେଇଥାନ୍ତି । ରିପୋର୍ଟ ମୁତବକ ସେ ୩୦୦ କୋଟି ଟଙ୍କାର ମାଲିକ ଅଟନ୍ତି । ସେ ମୁମ୍ବାଇରେ ୧୫ କୋଟିର ଏକ ଆପାର୍ଟମେଣ୍ଟ ଏବଂ ଚଣ୍ଡିଗଡରେ ୨୫ କୋଟିର ଏକ ଆପାର୍ଟମେଣ୍ଟ କିଣିଛନ୍ତି। ଏଥିସହ ତାଙ୍କର ଲକ୍ସରୀ ଗାଡି ଯେମିତିକି ଭୋଲ୍ବୋ xc90, ମର୍ସେଡିଜ ବେଞ୍ଜ s350 , , ରେଞ୍ଜ ରୋଭର ଇଭାକ୍ୟୁ ଇତ୍ୟାଦି ବ୍ୟବହାର କରନ୍ତି । କପିଲଙ୍କ ଡିସି ଡିଜାଇନ ଭ୍ୟାନିଟି ଭ୍ୟାନର ମୂଲ୍ୟ ୫.୫ କୋଟି ଅଟେ । ତେବେ ବର୍ତ୍ତମାନ ନେଟଫ୍ଲିକ୍ସରେ ତାଙ୍କର ଏକ ନୂଆ କମେଡି ଶୋ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ସେ ସୁନିଲ ଗ୍ରୋଭରଙ୍କ ସହ ନଜର ଆସିବା ନେଇ ସୂଚନା ରହିଛି ।  

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା