ବାଲିଯାତ୍ରାରେ ମନ କିଣିନେଉଛି ଛତୁଆ
by Argus News
Sun, Dec 03 | 2:10 p.m.

ଅର୍ଗସ ବ୍ୟୁରୋ: ବାଲିଯାତ୍ରାରେ ମନ କିଣିନେଉଛି ଛତୁଆ । ପଡିଆର ମୁଖ୍ୟ ଆକର୍ଷଣ ପାଲଟିଛି କସ୍ତୁରୀ ଛତୁଆ ସହିତ ଅଟା ।  ଷ୍ଟଲ ପଡୁଛି , ଲୋକେ ଆସୁଛନ୍ତି । ବୋହି ନେଉଛନ୍ତି ଛତୁଆ । ଖାଲି କଣ ଛତୁଆ ..ବରଂ ଅଟା ବି ନେଉଛନ୍ତି । କହିବାକୁ ଗଲେ ଅଟା ଓ ଛତୁଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି କସ୍ତୁରୀ ବ୍ରାଣ୍ଡ।

”କାହିଁଗଲା ପୂର୍ବ ଓଡ଼ିଆ ବୋଇତ, କାହିଁ ସେ ନାବିକ ଉଦ୍ଦାମ ।
ଜଳପଥେ କାହିଁ ବିଦେଶ ଗମନ, କାହିଁ ପୂର୍ବଖ୍ୟାତି କାହିଁ ପୂର୍ବଧନ।
କଥାରେ ରହିଛି ସବୁ ଆଜି ଯାଏ, ସାଧବାଣୀ ବୋହୂ ବୋଇତ ବନ୍ଦାଏ।“

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏହି ପଙ୍କ୍‌ତି ଅତୀତ ଉତ୍କଳ ନୌବାଣିଜ୍ୟର ଐତିହ୍ୟ ଗୌରବକୁ ସ୍ମରଣ କରେ । ଆମେ ସମସ୍ତେ ଜାଣନ୍ତି କଟକ ଓଡ଼ିଶାର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ । ଯାହା ଏବେ ବି ଉଜିବିତ ହୋଇରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳିତ ହେଉଛି ବାଲିଯାତ୍ରା । ଦୂରଦୂରାନ୍ତରରୁ ଲେକେ ଧାଇଁ ଆସୁଛନ୍ତି ଏହି ବାଲିଯାତ୍ରା ଦେଖିବା ପାଇଁ। ବିଭିନ୍ନ ପ୍ରକାରର ଷ୍ଟଲ ସାଙ୍ଗକୁ ଖିଆପିଆର ମଜା ନେଉଛନ୍ତି ଲୋକେ।

ବୁଲାବୁଲି ଭିତରେ କସ୍ତୁରୀ ଛତୁଆ ଓ ଅଟା ଷ୍ଟଲ ପାଖରେ କିନ୍ତୁ ଲୋକଙ୍କର ଅସମ୍ଭାଳ ଭିଡ । ବାଲିଯାତ୍ରା ଉପର ପଡିଆରେ ଗ୍ରାହକଙ୍କ ଲାଗି ଅଫର ରହିଛି । ଅନ୍ୟ ବ୍ରାଣ୍ଡର ଅଟା ଓ ଛତୁଆଠୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି କସ୍ତୁରୀ ଛତୁଆ । ଗ୍ରାହକଙ୍କ କହିବା ଅନୁସାରେ, କସ୍ତୁରୀ ବ୍ରାଣ୍ଡର ଅଟାରେ ଟିକେ ମିଠା ଅଂଶ ଥିବାରୁ ଏହା ରୁଟିକୁ ଆହୁରି ସ୍ୱାଦିଷ୍ଟ କରୁଛି । ଆମକୁ ଖାଇବାକୁ ମଧ୍ୟ ଖୁବ ଭଲ ଲାଗୁଛି । ଏଥର ବାଲିଯାତ୍ରାରେ ମଧ୍ୟ ଭଲ ଅଫର ଦେଇଛି ଏହି କସ୍ତୁରୀ ଛତୁଆ ଓ ଅଟା। ଯାହା ଆମକୁ ସୁହାଉଛି ବୋଲି ଗ୍ରାହକଙ୍କ ମତ।ଯାହାବି ହେଉ, ଏଥର ବାଲିଯାତ୍ରାରେ ବେପାରୀଙ୍କର ଭଲ ଦୁଇପଇସା ରୋଜଗାର ହୋଇଥିବା ବେଳେ ବିଗ ଅଫର ସାଙ୍ଗକୁ ଭଲ ଟେଷ୍ଟ ଯାହା ଲୋକଙ୍କୁ ସୁହାଉଛି । ତେବେ ଆପଣ ବି ଆସନ୍ତୁ ବାଲିଯାତ୍ରା। ସାଙ୍ଗରେ ନେଇଯାଉନ୍ତୁ ଛତୁଆ।

 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ