ପରଲୋକରେ ଉଡାନ ଫେମ କବିତା ଚୌଧୁରୀ
by Argus News
Sat, Feb 17 | 3:19 p.m.

ଅର୍ଗସ ବ୍ୟୁରୋ: ଆଜି ଟେଲିଭିଜନ ଜଗତରୁ ଏକ ଦୁଃଖଦ ଖବର ଆସିଛି। ୬୭ବର୍ଷରେ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ତଥା ପ୍ରଡ୍ୟୁସର କବତା ଚୌଧୁରୀଙ୍କ ଦେହାନ୍ତ ଘଟିଛି। କବିତା କର୍କଟ ରୋଗରେ ପୀଡ଼ିତ ଥିଲେ ତାଙ୍କର ସେବେଠୁ ଚିକିତ୍ସା ଚାଲିଥିଲା। ଅଭିନେତ୍ରୀଙ୍କ ମୃତ୍ୟୁରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ବହୁ ଅଭିନେତା ଏବଂ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 

 

View this post on Instagram

A post shared by Suchitra Varma (@suchitravarma28)

୮୦ ଦଶକରେ ଲୋକପ୍ରିୟ ଅଭିନେତ୍ରୀ କବିତା ଚୌଧୁରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। କବିତା ଉଡାନ ସିରିୟଲରେ ଆଇପିଏସ କଲ୍ୟାଣୀ ସିଂଙ୍କ ଚରିତ୍ରରେ ଅଭିନୟ କରି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଅଭିନେତ୍ରୀଙ୍କ ବନ୍ଧୁ ସୁଚିତ୍ରା ବର୍ମା କହିଛନ୍ତି ଯେ, ଗତବର୍ଷ ଯେତେବେଳେ ତାଙ୍କୁ ଦେଖା କରିଥିଲି ସେ ନିଜ କେମୋଥେରାପି ବିଷୟରେ ମୋତେ ଜଣାଇଥିଲେ। ବହୁତ କଷ୍ଟ ପାଉଥିଲେ। ଆଜି ମୋତେ ତାଙ୍କ ମୃତ୍ୟୁଖବର ଶୁଣି ବହୁତ କଷ୍ଟ ହେଉଛି। ଆଉ ତାଙ୍କ ସହ ଦେଖା ହୋଇପାରିବନି। ବହୁତ ଷ୍ଟ୍ରଙ୍ଗ ଭାବେ କର୍କଟ ରୋଗରୁ ଭଲ ହେବାପାଇଁ ଯୁଦ୍ଧ କରୁଥିଲେ। ହୃଦଘାତର ଶିକାର ହୋଇ ସେ ଦୁନିଆକୁ ଅଲବିଦା କରିଛନ୍ତି। ମୋ ପାଖରୁ ମୋ ବନ୍ଧୁ ଚାଲିଯିବେ ବୋଲି ମୁଁ କେବେ ଭାବି ନ ଥିଲି। 

କବିତା ଉଡାନ ସିରିଏଲରେ କଲ୍ୟାଣୀ ସିଂଙ୍କ ରୋଲ ପ୍ଲେ କରିଥିଲେ। ଉଡାନ ସିରିଏଲ ହେଉଛି ତାଙ୍କ ବଡ଼ ଭଉଣୀ କାଞ୍ଚନ ଚୌଧୁରୀଙ୍କ ଜୀବନ କାହାଣୀକୁ ନେଇ ଆଧାରିତ। ଯିଏ କିରଣ ବେଦୀଙ୍କ ପରେ ଦ୍ବିତୀୟ ଆଇପିଏସ ଅଧିକାରୀ ବନିଥିଲେ। ଏହି ଶୋର ଲେଖିକା ସହ ଏହାର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ଦେଇଥିଲେ କବିତା। `ଉଡାନ' ଶୋ ପରେ କବିତା ମହିଳା ସଶକ୍ତିକରଣର ମିସାଇଲ ଥିଲେ। 

ହୃଦଘାତର ଶିକାର ହେବାପରେ କବିତା ଅମୃତସର ପବିତ୍ରାଦେବୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତଙ୍କୁ ଲାଗୁଥିଲା ଯେ, ସେ ଚିକିତ୍ସିତ ହୋଇ ଘରକୁ ଫେରିବେ। ଫେବୃୟାରୀ ୧୬ ତାରିଖ ଥିଲା ତାଙ୍କ ଜୀବନର ଶେଷ ଦିନ ଥିଲା। ଆଜି ଅପରାହ୍ନରେ ଅଭିନେତ୍ରୀଙ୍କ ପରିବାର ଲୋକଙ୍କ ଗହଣରେ ଅନ୍ତିମ ସଂସ୍କାର କରାଯିବ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ