ଜବାବ ରଖ, ସରକାରୀ କାର୍ଯ୍ୟକ୍ରମରେ କାହିଁକି ଦେଉଛି ଶଙ୍ଖ ?
by Argus News
Thu, Feb 29 | 7:33 p.m.

ଅର୍ଗସ ବ୍ୟୁରୋ: ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ବ୍ୟବହାର ବିଜେଡିକୁ ମହଙ୍ଗା ପଡିଛି । କାହିଁକି ଏମିକି ବେନିୟମ କାମ କଲେ ସରକାର ? ତାହାକୁ ନେଇ ନିର୍ବାଚନ କମିଶନ ପ୍ରଶ୍ନ କରିବା ସହିତ ଜବାବ ତଲବ କରିଛନ୍ତି । ଏବଂ ସ୍ପଷ୍ଟ କରିଛନ୍ତି ଆସନ୍ତା ୨ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଉତ୍ତର ଦିଅ ।

୨୪ ନିର୍ବାଚନ ଜିତିବା ସହଜ ନୁହେଁ । କାରଣ ବିଜେଡି ଯେମିତି ଭାବରେ ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନର ବ୍ୟବହାର କରୁଛି ତାହାକୁ ନେଇ ଆରମ୍ଭ ହେଲାଣି ବିବାଦ । ସେଇଥି ଲାଗି ତ ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ଜବାବ ମାଗିଲେ ନିର୍ବାଚନ କମିଶନ । ରାଜ୍ୟ ସରକାର ଓ ବିଜେଡିଠାରୁ ସ୍ପଷ୍ଟୀକରଣ ମାଗିଲେ ଇସିଆଇ। ମୁଖ୍ୟ ଶାସନ ସଚିବ ଓ ବିଜେଡି ସାଧାରଣ ସଂପାଦକଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିବା ସୂଚନା ମିଳିଛି । ମାର୍ଚ୍ଚ ୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ମୋଟ୍‌ ଉପରେ ସରକାରୀ ପାଣ୍ଠି ବ୍ୟବହାର କରି ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା । ଖବରକାଗଜ, ଟିଭି, ହୋର୍ଡିଂ ଏବଂ OSRTC ବସ୍‌ ଆଦି ବିଭିନ୍ନ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯିବା, ୨୦୧୬ର ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା । ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ମଧ୍ୟ ପୂର୍ବରୁ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା । କାରଣ ଅନେକ ସମୟରେ ଦେଖାଯାଇଛି ନିର୍ବାଚନରେ ବିଜୟ ହେବା ପାଇଁ ବିଭିନ୍ନ ଯୋଜନା କରୁଛି ରାଜ୍ୟ ସରକାର । କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ବିବାଦରେ ବିଜେଡି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ