ଆମଦାନୀ ନେତାଙ୍କୁ ଭରସା କଲେ ବିଜେଡି ସୁପ୍ରିମୋ
by Argus News
Sat, Apr 20 | 7:23 p.m.

ଅର୍ଗସ ବ୍ୟୁରୋ : ଯାହା ଚର୍ଚ୍ଚା ହେଉଥିଲା, ଏବେ ତାହା ହିଁ ହେଲା । ଅର୍ଥାତ୍‌...ବିଜେଡି କେନ୍ଦ୍ରାପଡା ଲାଗି ପ୍ରାର୍ଥୀ ଘୋଷଣା କରିଛି । ହେଲେ ଆମଦାନୀ ନେତାଙ୍କୁ ଦଳ କାହିଁକି ପ୍ରାର୍ଥୀ କଲା ତାହାକୁ ନେଇ କେଁ ଦେଖାଯାଇଛି । ଖାଲି କେଁ ଦେଖାଯାଇଛି ତାହା ନୁହେଁ ବରଂ ଅସନ୍ତୋଷ ବି ବଢିଛି ।

ଗଣେଶ୍ଵର ବିଜେଡିରେ ଯୋଗ ଦେବା ପରେ କେନ୍ଦ୍ରାପଡ଼ା ନିର୍ବଚନମଣ୍ଡଳିରେ କେଁ ଦେଖାଯାଇଥିଲା । କୋଉଠି ଗଣେଶ୍ୱର ଗୋ ବ୍ୟାକର ନାରା ସୁଭୁଥିଲା ତ ଆଉ କୋଉଠି ଗଣେଶ୍ୱରଙ୍କ କୁଶପୁତଳିକା ଦାହ କରାଯାଉଥିଲା । କିନ୍ତୁ ଏବେ ସବୁ, ବାଦ ବିବାଦ ଓ ପ୍ରତିବାଦରେ ଘିଅ ଢାଳିଛନ୍ତି ବିଜେଡ଼ି ସୁପ୍ରିମୋ । 

କେନ୍ଦ୍ରାପଡାରେ ବିଜେ଼ଡି ଦଳ ଶଶୀଭୂଷଣ ବେହେରାଙ୍କ ଟିକେଟ କାଟି ଦଳ ଗଣେଶ୍ୱର ବେହେରାଙ୍କୁ ଭରସା କରିଛି । ପୂର୍ବରୁ ଗଣେଶ୍ୱର ବେହେରା କଂଗ୍ରେସରେ ଥିବା ବେଳେ ନିକଟରେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଆଉ ବିଜେଡି ତାଙ୍କୁ ଏବେ କେନ୍ଦ୍ରାପଡା ଟିକେଟ ଦେଇଛି ।

କେନ୍ଦ୍ରାପଡା ଆସନରୁ ୨୦୦୯ ମସିହାରୁ ବିଜେଡି ବିଜୟୀ ହୋଇ ଆସୁଛି । ସେହିପରି କଂଗ୍ରେସରୁ ବି ଗଣେଶ୍ୱର ବେହେରା ୨୦୦୯ରୁ ଲଗାତାର ପ୍ରାର୍ଥୀ ହୋଇ ଆସୁଥିଲେ । ହେଲେ ଏଥର ସେ ବିଜେଡିରୁ ଟିକେଟ ପାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ସେଥିଲାଗି ତ ଏପ୍ରିଲ ୧୮ ତାରଖରେ ବିଜେଡ଼ି ଉରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ ପୁରୁଖା ନେତ୍ରୀ ସିପ୍ରା ମଲ୍ଲିକ । କହିଥିଲେ ବିଜେଡ଼ି ଦଳ ଏବେ ଆମଦାନୀ ନେତାଙ୍କୁ ଭରଷା କରୁଛି । ସେଥିଲାଗି ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦୋଇଛି । କଂଗ୍ରେସ ଭବନକୁ ଆସି ବିଧିବଦ୍ଧ ଭାବେ ଯୋଗ ଦେବା ସହ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ ମଧ୍ୟ କରିଛନ୍ତି ।ଦେଖିବାକୁ ବାକି ରହିଲା କେନ୍ଦ୍ରାପଡ଼ା ରାଜନୀତି ପାଣି ପାଗ କୁଆଡ଼େ ଯାଉଛି । ପୁରୁଣା ନେତା ଓ କର୍ମୀ ମାନଙ୍କୁ ଅସନ୍ତୁଷ୍ଟ କରି ବିଜେଡ଼ି ସେଠି ଜିତି ପାରିବ ତ ।    

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ