ଏ କେବଳ ଏକ ପଶାଖେଳ ନୁହେଁ ବରଂ ଏକ ମହାଯୁଦ୍ଧର ଅୟମାରମ୍ଭ
by Argus News
Sat, Apr 06 | 5:15 p.m.

ଅର୍ଗସ ବ୍ୟୁରୋ : ପଶାଖେଳ ପାରମ୍ପରିକ ରାଜାରାଜୁଡା ସମୟର ଖେଳ । ପଶାଖେଳ ସତ୍ୟଯୁଗର ଖେଳ । ଜଗନ୍ନାଥ ମନ୍ଦିରରେ ଏହାର ପରମ୍ପରା ଅଛି ସ୍ୱୟଂ ଲକ୍ଷ୍ମୀ-ନାରୟଣ ପଶାଖେଳୁଥିଲେ । ଜଗନ୍ନାଥ ମନ୍ଦିରରେ କୁମାର ପୂର୍ଣ୍ଣିମା ଦିନ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପଶା ଖେଳିବା ପରମ୍ପରା ଅଛି ପଶାଖେଳରେ ୯୬ଘର, ୪ଟି ଦ୍ୱାର ୧୬ଟି କନ୍ୟାକୁ ୩ଟି ବର ଯେବେ ତୁ ଖେଳିବୁ ପଶା ପୂର୍ବ ଦିଗେ ନାଲି ଗୋଟିକି ବସା । 

ବୟସର ଅପରାହ୍ନରେ ପହଞ୍ଚିଥିବା ବୟସ୍କ ବ୍ୟକ୍ତି ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଂକିଆ ବଘେଇ ଠାକୁରାଣୀଙ୍କ ପ୍ରାଗଂଣରେ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପଶାଖେଳ ଟୁର୍ଣ୍ଣାମଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ଜଣ ଖେଳାଳୀ ଭାଗନେଇଥିଲେ । ବିଜେତା ଦଳକୁ ଭୂବନେଶ୍ୱର ରବିନ୍ଦ୍ର ମଣ୍ଡପରେ ସମ୍ମାନିତ କରାଯିବ ।

ପଶାଖେଳ ଖେଳୁଥିବା ଖେଳାଳି ମାନଙ୍କୁ ସରକାରଙ୍କ ତରଫରୁ ମାନ୍ୟତା ପ୍ରଦାନ କରି ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି କରିଛନ୍ତି ଓଡିଶା ଭାଷା ଆନ୍ଦୋଳନ ଓ ଓଡିଶା ନାଗରିକ ମହାସଂଘର ସଦସ୍ୟ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଅମୂଲ୍ୟ ଅଙ୍ଗ ଆମର ଲୋକକଥା, ଲୋକଗୀତ, ଲୋକନାଟକ, ଲୋକନୃତ୍ୟ, ଲୋକବାଣୀ, ଲୋକଢଗ, ଲୋକବୋଲିବାଣୀ ସମୂହ ସମ୍ପ୍ରତି ଲୋକଙ୍କ ନିକଟରୁ ଲୋପ ପାଇବାକୁ ବସିଲାଣି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହାର ପୁନରୁଦ୍ଧାର ପାଇଁ ନମାମି ମନ୍ଦାକିନୀ ନ୍ୟାସ ଆନୁକୁଲ୍ୟରେ ବିଗତ ପାଞ୍ଚ ବର୍ଷ ଧରି ଅଭିଯାନ ଚାଲିଛି । ନବବର୍ଷ ଅବ୍ୟବହିତ ପୂର୍ବରୁ ରାଜ୍ୟର ବିଭନ୍ନ କୋଣ ଅନୁକୋଣରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଫଳ ପ୍ରତିଯୋଗୀ ମାନଙ୍କୁ ନବବର୍ଷ ମହୋତ୍ସବରେ ସମ୍ବନ୍ଧିତ କରାଯିବ । ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବରେ ପ୍ରତାପ ଚନ୍ଦ୍ର ସାମନରାୟ ଉଦଘାଟନ କରିଥିଲେ  ।

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ