ଜାଣନ୍ତୁ ଆଜିର ରାଶିଫଳ...
by Argus News
Sat, Jun 22 | 12:29 p.m.

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ତେବେ କଣ ରହିଛି ଆପଣଙ୍କ ଭାଗ୍ୟ ଭବିଷ୍ୟତ । ଦେଖନ୍ତୁ... 

ମେଷ-

ଶାରିରୀକ ସମସ୍ୟାର ଉନ୍ନତି ହେବ । ବ୍ୟବସାୟରେ ତ୍ରିଷ୍ଟି ରହିଲେ ମଧ୍ୟ ଆଶାନୁରୂପକ ଲାଭ ନାହିଁ । ପାରିବାରିକ ଜୀବନରେ ଖର୍ଚ୍ଚର ପରିମାଣ ବଢିବ । ଚାକିରି କ୍ଷେତ୍ରରେ ଭଲ କାମ କରି ପ୍ରଶଂସାର ପାତ୍ର ହେବେ ।  ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର -  ହନୁମାନଙ୍କର ଚାଳିଶା ପାଠ କରନ୍ତୁ

ବୃଷ-

କର୍ମକ୍ଷେତ୍ରରେ ଯେଉଁ କାର‌୍ୟ୍ୟ ହାତକୁ ନେବେ ସେଥିରେ ବିଫଳ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ । ଶତୃ ମାନଙ୍କ ଚକ୍ରାନ୍ତ ଓ କାର୍ଯ୍ୟ କଳାପ ଆପଣଙ୍କୁ ଦୁଃଖି କରିପାରେ । ବାଦବିବାଦ ସୃଷ୍ଟି ହୋଇ ପରେ ସମାଧାନ ହୋଇଯିବ । 

ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ମା କମଳାଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ-

ମାନସିକ ସ୍ଥିରତା ଦେଖାଦେବ । ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ । କାର‌୍ୟ୍ୟ କ୍ଷେତ୍ରରେ ପଦୋନ୍ନତିର ସଙ୍କେତ ପାଇବା ସହ ସୁଖଶାନ୍ତି ବୃଦ୍ଧି ପାଇବ । ସାମାଜିକ ସ୍ତରରେ ଗଠନମୂଳକ କାର‌୍ୟ୍ୟରୁ ପ୍ରଶଂସିତ ହେବେ । କୋର୍ଟରେ ଶୁଭ ଫଳ ପାଇବେ । ମହିଳାମାନେ ନିରାଶବାଦୀ ରହିବେ 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ମା ତ୍ରିପୁରା ସୁନ୍ଦରୀଙ୍କ ମନ୍ତ୍ର ପାଠ କରନ୍ତୁ 

କର୍କଟ-

ଶାରୀରିକ ଅସୁସ୍ଥତା ଓ ଧନ ବ୍ୟୟର ସୂଚନା ମିଳିବ ।  ପିଲାମାନେ ମଧ୍ୟ୍ୟମ ଧରଣର ଫଳ ପାଇବେ । କାମରେ ଭଲ  ପ୍ରଦର୍ଶନ ପାଇଁ କିଛି ନୂଆ କରିବେ । କେତେକ ନୂତନ ସୁଯୋଗ ସହିତ ଅର୍ଥଲାଭ ସୁଯୋଗ ମିଳିବ ।  ଚାକିରୀ କ୍ଷେତ୍ରରେ ମହିଳା ମାନେ କେତେକ ସୁବିଧା ସୁଯୋଗ ଲାଭ କରିବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୁବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରିପାରନ୍ତି

ସିଂହ-

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଚାକିରୀରେ ଅଧିକ ପରିଶ୍ରମ କରିବାକୁ ପଡିବ । ଶିକ୍ଷାକ୍ଷେତ୍ରରେ ଆଶାଜନକ ଭାବେ ଫଳ ପାଇବେ । ଆଶାଜନକ ଦିଗରୁ ଅର୍ଥାଗମରେ ସୁବିଧା ଘଟିପାରେ । 
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗିଙ୍କ ଯନ୍ତ୍ର ମହାକବଚ ଧାରଣ କରନ୍ତୁ

କନ୍ୟା-

ରୋଗ ସାମୟିକ ହେଲେ ମଧ୍ୟ ସାଧାରଣ ଭାବେ ଶାରୀରିକ ଅବସ୍ଥା ଭଲ ରହିବ । ପରିବାରର ସମପର୍କୀୟ ଙ୍କ କୈାଣସି ଘଟଣା ଯୋଗୁଁ ବ୍ୟତିବ୍ୟସ୍ତ ହୋଇଯିବେ । କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ ।  ଭୂ- ସମ୍ପତିରେ ଭାବିଚିନ୍ତି ପଇସା ନିବେଶ କରନ୍ତୁ । ମହିଳା ମାନେ ସନ୍ତାନଙ୍କ ଚିନ୍ତାରେ ରହିବେ 
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର - ଶ୍ରୀ ବିଷ୍ଣଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ  

ତୁଳା-

ଆୟ ବଢ଼ିବାରେ ବାଧା ଉପୁଜିବ । ଭାତୃ ମଧ୍ୟରେ ମନ ମାଳିନ୍ୟ ହୋଇପାରେ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କାହାର ଗ୍ୟାରେଣ୍ଟି ନେବା ଠାରୁ ଦୂରେଇ ରୁହନ୍ତୁ । ଛାତ୍ରଛାତ୍ରି ମାନେ ସୁନାମ ଅର୍ଜନ କରିବା ସହିତ ସବୁ ପ୍ରକାର ସୁବିଧା ପାଇବେ ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର –  ମହାଦେବଙ୍କ ଦର୍ଶନ ସହିତ ମନ୍ତ୍ର ଜପ କରନ୍ତୁ

ବିଛା-

ଭାଇ ଭଉଣୀ ପାଇଁ ପାରିବାରିକ ଶାନ୍ତି କେତେକାଂଶରେ ଦେଖାଦେବ ।  ଘର ଓ ଦୋକାନର ମରାମତି ପାଇଁ ଆପଣ ଯୋଜନା କରିପାରିବେ । ସଭାସମିତିରେ କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ । କର୍ମ କ୍ଷେତ୍ରରେ ନିଜର ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ପିଲାମାନେ ପାଠପଢା ପ୍ରତି ବିମୁଖ ହେବେ
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର –ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଧନୁ-

ଆଜି ସାଙ୍ଗମାନେ ବହୁତ ସହଯୋଗ କରିବେ । ଅସନ୍ତୋଷ ଭାବନାକୁ ନିଜ ଅବୈଧ ହେବାକୁ ଦିଅନ୍ତୁ ନାହିଁ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ପୂର୍ଣ୍ଣଫଳ ପାଇବେ । ଋଣଗ୍ରସ୍ତ  ହୋଇ ନୂତନ ଗୃହ ନିର୍ମାଣ କରି ପାରନ୍ତି । କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ମକର-

ସ୍ୱାସ୍ଥ୍ୟ ଭଲ ରହିବା ସହିତ ସବୁ କାର୍ଯ୍ୟ କରି ପାରିବେ । ବ୍ୟବସାୟର ପଥ ସୁଗମ ହେବ । ସଂସାରିକ ଜୀବନ ଖୁବ ଭଲ ରହିବ । ଚାକିରି କ୍ଷେତ୍ରରେ ସନ୍ତୋଷ ଜନକ ଫଳ ମିଳିପାରେ । ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ । 
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମହାଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ-

ଚାକିରୀ ଆଦି କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପିଲାମାନେ ପରିଶ୍ରମୀ ହେବେ । ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।ଦୂର ଜାଗାକୁ ସ୍ଥାନାନ୍ତର ହେଲେ ମଧ୍ୟ ସମ୍ମାନ ଓ ପଦବୀରେ ଉନ୍ନତି ଆସିପାରେ । ଗୃହିଣୀ ମାନଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଦକ୍ଷିଣ କାଳିଙ୍କ ମହାକବଚ ଧାରଣ କରନ୍ତୁ

ମୀନ-

ରୋଗି ମାନଙ୍କ ଅସୁସ୍ଥତା କମି ଯାଇପାରେ । ଭାଗ୍ୟ ଆପଣଙ୍କୁ ବହୁତ ସମର୍ଥନ କରିବ ଓ  କାର‌୍ୟ୍ୟ ଅବସ୍ଥା ଅନୁକୂଳ ହେବ । ଜମି ମାମଲା ତୁଟି ଯିବ । ମହିଳା ମାନେ ସୁଗୁଣ ହେବେ । କ୍ରୀଡ଼ା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଖୋଳାଳି ମାନେ ଉତମ ପ୍ରଦର୍ଶନ କରି ସମୀକ୍ଷକଙ୍କ ପ୍ରଂଶସା ଭାଜନ ହେବେ ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା