ଦିଦି ଡାକିଲେ, ଡାକ୍ତର ଆସିଲେନି
by Argus News
Wed, Sep 11 | 7:08 p.m.

ଅର୍ଗସ ବ୍ୟୁରୋ : ଥମିବାରେ ନା ନେଉନି କୋଲକତା ଦୁଷ୍କର୍ମ ତାତି । ଦିନ ଗଡୁଛି, ଆନ୍ଦୋଳନ ବି ବଢୁଛି । ଏହାରି ଭିତରେ ଡାକ୍ତର ସଂଘ ସହ ଆଲୋଚନା କରିବାକୁ ଦିଦି ପ୍ରସ୍ତାବ ଦେଇଥିଲେ । ହେଲେ ଦିଦିଙ୍କ କଥାକୁ ଭୃକ୍ଷେପ କରିନଥିଲେ ଡାକ୍ତର । ବରଂ ସ୍ଵାସ୍ଥ୍ୟଭବନ ସାମ୍ନାରେ ଜୋରଦାର ଆନ୍ଦୋଳନ କରିଥିଲେ । ଯାହା ପଶ୍ଚିମବଙ୍ଗ ସରକାରଙ୍କ ଟେନସନକୁ ଡବଲ କରିଦେଇଛି । କାରଣ ଆର ଜି କର ମେଡିକାଲ ଓ କଲେଜରେ ଯେଉଁପରି ଘଟଣା ଘଟିଲା ତାହାକୁ ନେଇ ପୁରା ଦେଶରେ ଅସନ୍ତୋଷ ଦେଖାଦେବା ସହିତ ସୁପ୍ରିମକୋର୍ଟ, ହାଇକୋର୍ଟ, ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି । ମାମଲା ହେବାର ମାସେ ପରେ ଦିଦି ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଡାକି ଥିବାରୁ ବିରୋଧୀ ବି ଷଣ୍ଢୁଆସି ଆକ୍ରମଣ କଲେଣି ।

ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ରୋଗୀ ସେବା ପ୍ରଭାବିତ ହେଉଛି ଏଥିରେ କୌଣସି ସନ୍ଦେହ ନାହିଁ । ସେଇଥି ଲାଗି ତ କାର୍ଯ୍ୟରେ ଯୋଗ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବି ଡାକ୍ତର ଆନ୍ଦୋଳନକୁ ଓହରି ନାହାନ୍ତି । ସେପଟେ, ଦିଦିଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ପରେ ଜଣେ ଜୁନିଅର ଡାକ୍ତର କହିଛନ୍ତି, “ଆମେ ସ୍ୱାସ୍ଥ୍ୟ ଭବନ ବାହାରେ ବିରୋଧ କରୁଛୁ। ତେବେ ଇ-ମେଲ ମାଧ୍ୟମରେ ଆମ ସହିତ ଯୋଗାଯୋଗ କରିବାର ଆବଶ୍ୟକତା କଣ ଥିଲା ? '' ଆଲୋଚନା କରିବା ବହୁତ ପୂର୍ବରୁ ଥିଲା । ଏବେ ଚାପରେ ପଡି ଦିଦି ଏମିତି କରୁଥିବା କହି ବର୍ଷିଛନ୍ତି ଡାକ୍ତର । 

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏହାରି ଭିତରେ ସିବିଆଇ ପକ୍ଷରୁ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ସୁପ୍ରିମକୋର୍ଟରେ ସେପ୍ଟମ୍ବର ୯ ତାରିଖରେ ଶୁଣାଣିରେ ଏଫଆଇଆରରେ ବିଳମ୍ବ ଓ ପୋଷ୍ଟମର୍ଟମକୁ ନେଇ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ବିନା ଆନୁଷ୍ଠାନିକ ଅନୁରୋଧରେ ଶବ ବ୍ୟବଚ୍ଛେଦ କେମିତି କରାଗଲା ? ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ପଚାରିଥିଲେ, ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ତାନ୍ତର କରିବା ସମୟର ଚାଲାଣ ଗଲା କୁଆଡ଼େ ? ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଚାଲାଣ ସେମାନଙ୍କର ରେକର୍ଡର ଅଂଶ ନୁହେଁ । ଏହା ଗୁରୁତ୍ୱପୂର୍ଣ୍ଣ କାରଣ ମୃତଦେହ ସହିତ ଆଉ କିଛି ସାମଗ୍ରୀ ପଠାଯାଇଥିଲା କି ନାହିଁ ରେକର୍ଡଭୁକ୍ତ ହୋଇଥାଏ । ବିନା ଚାଲାଣରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ମୃତଦେହକୁ ଗ୍ରହଣ କରିପାରିବେ ନାହିଁ ।  ଏହାସହ ଅନେକ ପ୍ରଶ୍ନ କରିବା ସହିତ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
 


 

ଯୋଡ଼ା ଫ୍ଲାଏ
2m ago
ଯୋଡ଼ା ଫ୍ଲାଏ ଓଭରର ସ୍ଥାୟୀତ୍ବକୁ ନେଇ ବଡ଼ ପ୍ରଶ୍ନ
ଅର୍ଗସ ବ୍ୟୁରୋ: କେନ୍ଦୁଝର ଯୋଡ଼ା ସହରରେ ନିର୍ମିତ ଇଏ ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର। ସହରରେ ଭାରୀ ଯାନ ଚଳାଚଳ ଯୋଗୁଁ ହେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଦୀର୍ଘ ୨.୯୮ କି.ମି. ଲମ୍ବ
ଭାରତ ଏବଂ ବାଂଲାଦେଶ
22m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
42m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ