ହାଟଡିହି ତହସିଲ ଡଅଁର ରାଜସ୍ବ ନିରୀକ୍ଷକଙ୍କ ମନମାନୀ
by Argus News
Mon, Sep 30 | 1:38 p.m.

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲ ଡଅଁର ରାଜସ୍ବ ନିରୀକ୍ଷକଙ୍କ ମନମାନୀ । କାର୍ଯ୍ୟାଳୟକୁ ମନଇଚ୍ଛା ଆସୁଛନ୍ତି, କାର୍ଯ୍ୟ ଦିବସରେ ନ ଆସି ରବିବାର ପରି ଛୁଟି ଦିନରେ ଆସୁଛନ୍ତି ଡଅଁର ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ଦାସ । ଲୋକଙ୍କର ମାଳମାଳ ଅଭିଯୋଗ କାର୍ଯ୍ୟାଳୟକୁ ଆସୁନାହାଁନ୍ତି ରାଜସ୍ବ ନୀରିକ୍ଷକ । ଆଉ ସରକାରୀ କାମ ପାଇଁ ଲୋକଙ୍କୁ ମାଗୁଛନ୍ତି ଚାନ୍ଦା । ସରକାରୀ କାର୍ଯ୍ୟାଳୟରେ ମଦ ପିଉଥିବା ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । 

ଗତକାଲି ରବିବାରରେ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ଖୋଲିଥିବାରୁ ଘେରିଥିଲେ ଲୋକେ । କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅନ୍ତର୍ଗତ ଡ଼ଅଁର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବିଭିନ୍ନ ସମୟରେ ବାଲିଗାଡିରୁ ଚାନ୍ଦା ହେଉ କି ସରକାରୀ କାମ ଲୋକଙ୍କ ସିଧାସଳଖ ଟଙ୍କା ଦାବି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । 

କେବଳ ସ୍ଥାନୀୟ ଲୋକ ନୁହନ୍ତି ଖୋଦ ରାଜସ୍ୱ ୱୀରିକ୍ଷକ କାର୍ଯ୍ୟାଳୟର ଅମିନ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ସେ ସବୁଦିନ ସମୟରେ ଆସୁଥିବାବେଳେ ଡଅଁର ରାଜସ୍ବ ନିରୀକ୍ଷକ କୃଷ୍ଣଚନ୍ଦ୍ର ଦାସ ସମୟରେ ଆସୁନାହାନ୍ତି । ଫଳରେ ସ୍ଥାନୀୟ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ଛତୁଆ ଚିନ୍ତା
34m ago
ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି- ପ୍ରଭାତୀ ପରିଡା
ଭୁବନେଶ୍ୱର: ମନ୍ତ୍ରୀଙ୍କୁ ଘାରିଛି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆର ଜାଗା । ଖରାପ ମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଛତୁଆ ବଦଳର
୫ଟି ବିଦ୍ୟାଳୟ
57m ago
୫ଟି ବିଦ୍ୟାଳୟର ପ୍ଲାଷ୍ଟର ଖସି ୫ ଛାତ୍ରୀ ଆହତ
ଖୋର୍ଦ୍ଧା: ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା ଅନେକ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହୋଇଛି। ‌ଖୋର୍ଦ୍ଧା ଜିଲ୍ଲ
ଦେବ ଦତ୍ତସିଂ
ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ
ଅର୍ଗସ ବ୍ୟୁରୋ: ଟ୍ବିନସିଟି ନୂଆ କମିଶନର ଭାବେ ଦାୟିତ୍ବ ନେଲେ ସୁରେଶ ଦେବ ଦତ୍ତସିଂ । ସିପି ଅଫିସରେ ପହଁଚି ବିଧିବଦ୍ଧ ଭାବେ ନେଲେ ଦାୟିତ୍ବ । ପୋଲିସ ସେବା ଭବନରେ ନୂଆ ସିପିଙ୍କୁ ବିଧିବଦ୍