କୁସୁମା ଓ ବଲ୍ଲେବଲ୍ଲେ ଢାବାକୁ ନେଇ ବିବାଦ
by Argus News
Thu, Jul 04 | 8:14 p.m.

ଅର୍ଗସ ବ୍ୟୁରୋ: କୁସୁମା କେଳେଙ୍କାରୀ ପଦାକୁ ଆସିବା ପରେ ପ୍ରଶାସନ ଲଗାଇଛି ନୋ ଏଣ୍ଟ୍ରି ନୋଟିସ । ହେଲେ କୁସୁମାରେ ଆଲିସାନ୍ ବଙ୍ଗଳା କେମିତି ନିର୍ମାଣ ହେଲା ଏନେଇ ମୁହଁ ଖୋଲୁନି ଯାଜପୁର ଜିଲ୍ଲାପ୍ରଶାସନ । ଜିଲ୍ଲାପାଳ କହୁଛନ୍ତି ଏହାକୁ କ୍ରୀଡା ବିଭାଗକୁ କରାଯାଇଛି ହସ୍ତାନ୍ତର ହେଲେ କ୍ରୀଡା ବିଭାଗ ପାଖରେ ଏନେଇ ଖବର ନାହିଁ । ସେପଟେ ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛି ଅର୍ଗସ 

କୁସୁମାରେ ରାତିରେ ରଙ୍ଗୀନ ହେଉଥିଲେ ନେତା । ପଛଗେଟ ଦେଇ ପ୍ରବେଶ କରୁଥିଲା ଦାମୀଗାଡି । ଆଉ ଏଥିରେ ଆସୁଥିଲେ ବଡବଡ ସ୍ରେଲିବ୍ରେଟି । କୁସୁମାରେ ହୋଇଥିବା ଆଲିସାନ୍ ବଙ୍ଗଳାରେ ରାତିକୁ ରଙ୍ଗୀନ କରୁଥିଲେ ଆଗଧାଡିର ନେତା, ମାଫିଆ, ଅଫିସର । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଆଉ ଏହିସବୁ ବିବାଦରେ ଖୋଦ୍ ବିଜେଡି ସଙ୍ଗଠନ ସମ୍ପାଦକ ତଥା ଯାଜପୁରର ପୂର୍ବତନ ପ୍ରଭାବଶାଳୀ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କାଠଗଡାକୁ ଟାଣିଛନ୍ତି ସ୍ଥାନୀୟ ଲୋକ । ସେପଟେ କୁସୁମାର ଏହି ବିବାଦରେ ଏଣ୍ଟ୍ରିମାରିଛନ୍ତି ଜୁନାଗଡର କେଳାଙ୍କାରୀ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଆଉ କୁସୁମାକୁ ଦିବ୍ୟଶଙ୍କର କାହିଁକୁ ଆସୁଥିଲେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜିଲ୍ଲାବାସୀ । ଆଉ ବବି ଦାସଙ୍କ ଆଡକୁ ମଧ୍ୟ ଉଠାଇଛନ୍ତି ଅଙ୍ଗୁଳି ।

ସେପଟେ ଧର୍ମଶାଳା ଭବନ ପରିସରରେ ଥିବା ବଲ୍ଲେବଲ୍ଲେ ଢାବାକୁ ନେଇ ବିବାଦ ଥମିବାର ନାଁ ଧରୁନି । ବଲ୍ଲେବଲ୍ଲେ ଢାବାକୁ ନେଇ ବିବାଦରେ ଅଛନ୍ତି ଖୋଦ୍ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବ୍ଲକ ଅଧ୍ୟକ୍ଷ ପ୍ରଣବଙ୍କ ସାନଭାଇ ପ୍ରଭାତ ବଳବନ୍ତରାୟ । କେଉଁ ଅର୍ଥରେ ବଲ୍ଲେବଲ୍ଲେ ଢାବା ନିର୍ମାଣ ହେଲା ଏହାକୁ ନେଇ ଧର୍ମଶାଳା ବିଡିଓ ଓ ଯାଜପୁର ଜିଲ୍ଲାପାଳଙ୍କ କଥାରେ ରହୁନି ତାଳମେଳ। ବିଡିଓ ଏହି ଅର୍ଥ ଆମ ଗାଁ ଆମ ବିକାଶ, ଜିଆଇ ଫଣ୍ଡ ଲାଗିଥିବା କଥା କହୁଥିବା ବେଳେ ଜିଲ୍ଲାପାଳ କହିଛନ୍ତି ଏହା ନିର୍ମାଣ ହୋଇଛି ଏମପି ଓ ଏମଏଲଏ ଲ୍ୟାଡ ଫଣ୍ଡରେ।

ସେପଟେ ବଲ୍ଲେବଲ୍ଲେ ଢାବାର ଲିଜକୁ ନେଇ ମଧ୍ୟ ସୃଷ୍ଟି ହୋଇଛି ବଡ ବିବାଦ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଢାବାକୁ ଚଳାଉଥିଲେ ବିଜେଡିର ସେଲିବ୍ରେଟି ନେତ୍ରୀ ଏଲିନା ଦାସ ଓ ତାଙ୍କ ସ୍ୱାମୀ । ଆଉ ଧର୍ମଶାଳା ପ୍ରଶାସନର ଲଟକା ଲଗାଇବା ପରେ ରାତାରାତି ଢାବା ହୋଇଥିଲା ଖାଲି । ଆଉ ଢାବା ଖାଲି ପରେ ବ୍ଲକ ପ୍ରଶାସନ ଲଗାଇଥିଲା ତାଲା । ସେପଟେ ଢାବାର ଲିଜ୍ କୁ ନେଇ  ଧର୍ମଶାଳା ବ୍ଲକ ପ୍ରଶାସନ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ରହୁଛି ଭିନ୍ନ ମତ। ଯାହା ବଡ ବିବାଦ ସୃଷ୍ଟି କରିଛି ।
କୁସୁମା  ଓ ବଲ୍ଲେବଲ୍ଲେ ଢାବାକୁ ନେଇ ଏବେ ବିବାଦରେ ବିଜେଡିର ବହୁ ଆଗଧାଡିର ନେତା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ସାମ୍ନାକୁ ଆସୁଛି କେଳାଙ୍କାରୀର ଗୋଟିଏ ପରେ ଗୋଟିଏ ଗୁମର । ଆଉ ଏପରି ଭିତରେ ବିଜେଡିର ଏହି କେଳାଙ୍କାରୀଆ ନେତାଙ୍କୁ ଗିରଫ କରିବା ପାଇଁ ସାଧାରଣରେ ହେଇଛି ଦାବି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

କାଳିଆ ସାଆନ୍ତ
9m ago
ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ
ଅର୍ଗସ ବ୍ୟୁରୋ : ଭିଜିଲା ଭକ୍ତଙ୍କ ଆଖି, ଦେଖି ଚକାନୟନ । ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ । ଟାହିଆ ହଲେଇ ଝୁଲି ଝୁଲି ଭକ୍ତଙ୍କ ପାଖକୁ ଆଶୁଛନ୍ତି କାଳିଆସୁନା । ଟିକେ ସମସ୍ତଙ୍କୁ ଆଖ
ମା' ସୁଭଦ୍ରା
43m ago
ରଥାରୂଢ ହେଲେ ମା' ସୁଭଦ୍ରା
ଅର୍ଗସ ବ୍ୟୁରୋ : ରଥାରୂଢ ହେଲେ ମା ସୁଭଦ୍ରା । ପ୍ରଥମେ ସୁଦର୍ଶନଙ୍କୁ ବିଜେ କରାଗଲା । ପରେ ବଡଠାକୁର ବଳଭଦ୍ରଙ୍କର ପହଣ୍ଡି କରାଯାଇଥିଲା । ପରେ ମା ସୁଭଦ୍ରା ରଥରେ ବିଜେ କରିଛନ୍ତି
BALABHADRA
56m ago
ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ
ଅର୍ଗସ ବ୍ୟୁରୋ: ଆଜି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଏନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭ