ଜିଲ୍ଲାପାଳଙ୍କ ଚିଠି ଖୋଲିଦେଲା ବବିଙ୍କ ପୋଲ୍‌ !
by Argus News
Wed, Jul 17 | 7:36 p.m.

ଅର୍ଗସ ବ୍ୟୁରୋ : ବବିଙ୍କୁ ସୁରକ୍ଷା ଦେବାରେ ଲାଗିପଡିଥିଲା ଯାଜପୁର ପୌର ପରିଷଦ । ହେଲେ ଜିଲ୍ଲାପାଳଙ୍କ ଏଇ ଚିଠି ଖୋଲିଦେଲ ମିଛ ପୋଲ୍‌ । ଆଉ ଧରାପଡ଼ିଗଲା ଯାଜପୁର ପୌରପରିଷଦ ଉପାଧ୍ୟକ୍ଷଙ୍କ ମହାମିଛ । କାରଣ ନିର୍ବାଚନ ସମୟରେ ଅର୍ଥାତ୍‌ ମେ ୨୪ ରେ ଯାଜପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜିଲ୍ଲାପାଳ ଲେଖିଥିବା ଏ ଚିଠିକୁ ଦେଖନ୍ତୁ । କୁସୁମା ପାର୍କରେ ୫ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ରହିବା ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଚିଠି ଲେଖି ଅନୁରୋଧ କରିଥିଲେ । ଆଉ ଚିଠି ହିଁ ସ୍ପଷ୍ଟ କରୁଛି କି, କୁସୁମା କଟେଜ୍ ଥିଲା ପୌରପରିଷଦ କବଜାରେ । ତେବେ ଏବେ ଶୁଣନ୍ତୁ ବବି ଦାସଙ୍କ ସୁରକ୍ଷା ପାଇଁ କେମିତି ମିଛ କହିଛନ୍ତି ଯାଜପୁର ପୌର ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ।

ଯାଜପୁର କୁସୁମାକୁ ନେଇ ଥମୁନି ଚର୍ଚ୍ଚା । କାରଣ ଏହି କଟେଜ୍‌ରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସ୍ପଷ୍ଟ ହେଲାଣି । କଥା ହେଲା, କୁସୁମା ପୌର ପରିଷଦ ଅଧିନରେ ଥିବା ପରେ ବି ନିଜ ଉପରୁ ଦୋଷ ଖସାଇବାକୁ କ୍ରୀଡା ବିଭାଗ ଉପରେ ଦୋଷ ଲଦି ଦେଇଥିଲା ପୌର ପରିଷଦ । ଅବଶ୍ୟ ଏନେଇ କ୍ରୀଡା ବିଭାଗ ସ୍ପଷ୍ଟ ଉତ୍ତର ରଖିଥିଲା । ହେଲେ କାହିଁକି ପୌର କର୍ତ୍ତୃପକ୍ଷ ମିଛ କହିଥିଲେ ତାହାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । 

ଏବେ ବଡ଼ ପ୍ରଶ୍ନ, ପ୍ରେସମିଟରେ କାହିଁକି ମିଛ କହିଲେ ପୌରପରିଷଦ ଉପାଧ୍ୟକ୍ଷ ? କାହିଁକି କହିଲେ କ୍ରୀଡା ବିଭାଗ ପାଖରେ ସବୁ ଖବର, କ୍ରୀଡା ବିଭାଗକୁ ଜମି ହସ୍ତାନ୍ତରର ମିଛ କାହିଁକି ? ପୌରପରିଷଦକୁ ମୋହରା କରୁଛନ୍ତି କି ବବି ? କୁସୁମା କଟେଜ୍ ଥିଲା କି ବବିଙ୍କ କବଜାରେ ? ଜିଲ୍ଲାପାଳଙ୍କ ଚିଠିରୁ ସ୍ପଷ୍ଟ ବ୍ୟବହାର ହେଉଥିଲା କୁସୁମା କଟେଜ୍, କିଏ ଯାଉଥିଲା, କାହା ମାଧ୍ୟମରେ ବୁକିଂ ହେଉଥିଲା, କାହା ପାଖରେ ଚାବି, କାହା ପାଖରେ ତାଲିକା...କୁସୁମା କଟେଜର ରାଜସ୍ବ ଯାଉଥିଲା କାହା ପାଖକୁ ? ତାହାକୁ ନେଇ ଏବେ ବି ସନ୍ଦେହ ହେଲାଣି । 

ଏଠାରେ ସ୍ପଷ୍ଟ, ଭାବରେ କହିରଖୁଛୁ କି...କୁସୁମା କେଳେଙ୍କାରୀର ମହାଖୁଲାସା କରିଥିଲା ଅର୍ଗସ । ୯ ଆଲିସାନ୍ ବଙ୍ଗଲାର ଚିତ୍ର ଆଣିଥିଲା ସାମ୍ନାକୁ । ଅଭିଯୋଗ ହୋଇଥିଲା କୁସୁମା କଟେଜରେ ଚାଲିଥିଲା କେଳେଙ୍କାରୀ । ତେବେ ଏ ନେଇ କିନ୍ତୁ କୌଣସି ସ୍ପଷ୍ଟ କରୁନାହାନ୍ତି ବବି । ତେବେ ସମୟ କହିବ କେବେ ମୁହଁ ଖୋଲିବେ ବିଜେଡିର ଏହି ନେତା ।
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା