ହାରିଲେ ସୁନକ, ବାଜି ମାରିଲା ଲେବର ପାର୍ଟି
by Argus News
Fri, Jul 05 | 6:39 p.m.

ନୂଆଦିଲ୍ଲୀ:  ବ୍ରିଟେନରେ ଶେଷହେଲା ସୁନକ ରାଜ୍ । ବାଜି ମାରିଲା ଲେବର ପାର୍ଟି । ନିର୍ବାଚନରେ ପରାଜୟର ସ୍ଵାଦ ଚାଖିଲେ ଋଷି ସୁନକ । ୧୪ ବର୍ଷ ପରେ ୟୁକେ କନଜରଭେଟିଭ୍ ପାର୍ଟି କ୍ଷମତାଚ୍ୟୁତ ହୋଇଛି । ନିର୍ବାଚନରେ ହାରିବା ପରେ କେର୍‌ ଷ୍ଟାରମର୍‌ଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସୁନକ । ଲେବର ପାର୍ଟି 400 ପାର୍‌ କରିଛି।  କନଜରଭେଟିଭ୍ କେବଳ ୧୧୧ ସିଟ୍‌ ଜିତିପାରିଛି।  ହାରିବା ପରେ ଋଷି ସୁନକ ଆସନ୍ତାକାଲି ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି।  ୬୫୦  ସାଂସଦଙ୍କ ସଦନ  ଅର୍ଥାତ ହାଉସ୍‌ ଅଫ୍‌ କମନ୍ସରେ ବହୁମତର ସରକାର ଗଢିବାକୁ ହେଲେ କୌଣସି ମଧ୍ୟ ଦଳକୁ  ୩୨୬ ସିଟ୍‌ର ଆବଶ୍ୟକତା ରହିଥିଲା । ଯାହା ହାସିଲ କରିପାରିନଥିଲେ ସୁନକ ।

14 ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି 

ୟ୧୪ ବର୍ଷ ଧରି କ୍ଷମତାରେ ଥିଲା କନଜରଭେଟିଭ୍ ପାର୍ଟି  । ଏହି ସମୟରେ ୟୁନାଇଟେଡ୍‌  କିଙ୍ଗମ୍‌ରେ ୫ମ ପ୍ରଧାନମନ୍ତ୍ରୀ  ଦେଖିବାକୁ ମିଳିଥିଲେ କନଜରଭେଟିଭ୍ ପାର୍ଟିର ।  ୨୦୧୦ରେ  ହୋଇଥିବା  ସାଧାରଣ ନିର୍ବାଚନରେ କନଜରଭେଟିଭ୍ ପାର୍ଟିକୁ ମିଳିଥିଲା ବିଜୟ। ଏହା ପରେ  ପିଏମ ହୋଇଥିଲେ ଡେଭିଡ୍‌ କୈମରନ । ଏହାର ପରେ  ୨୦୧୫ରେ  ୟୁକେ  ନିର୍ବାଚନରେ  କନଜରଭେଟିଭ୍ ପାର୍ଟିର ଦ୍ୱିତୀୟ ଥର  ବିଜୟ ହୋଇଥିଲା। କୈମରିନ୍‌ ପୁନର୍ବାର  ପିଏମ ହେଲେ।  କିନ୍ତୁ ୨୦୧୬ରେ ତାଙ୍କୁ  ପଦ ଛାଡିବାକୁ ପଡିଥିଲା।  ତାଙ୍କ ସ୍ଥାନରେ  କନଜରଭେଟିଭ୍ ପାର୍ଟି  ଟେରେସା ମେ ଙ୍କୁ  ପ୍ରଧାନମନ୍ତ୍ରୀ  କରିଥିଲା।  ସେ ପିଏମ ପଦରେ ୨୦୧୯ ପର୍ଯ୍ୟନ୍ତ ରହିଥିଲେ। ୨୦୧୯ରେ  ବୋରିସ ଜନସନ ୟୁକେ ର ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ତାଙ୍କୁ ମଝିରେ ପଦ ଛାଡିବାକୁ  ପଡିଥିଲା। ତେଣୁ ଲିଜ୍‌  ଟ୍ରସ ପିଏମ ହୋଇଥିଲେ।   ସେ ମଧ୍ୟ ୫୦ ଦିନ ପଦରେ ରହିପାରିଥିଲେ। ତାଙ୍କ ସ୍ଥାନରେ  ଋଷି ସୁନକଙ୍କୁ ୟୁକେର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। 

ଅଧିକ ଦେଖନ୍ତୁ : 
 

ଆକ୍ସନ୍
8m ago
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
13m ago
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ
ସୁଭଦ୍ରା ଯୋଜନା
15m ago
ଖୁବଶୀଘ୍ର ଆକାଉଣ୍ଟ ଚେକ୍ ପାଇଁ ୧ ଟଙ୍କା ପଠାଇବେ ସରକାର
ଅର୍ଗସ ବ୍ୟୁରୋ: ବାରିପଦାରେ ଅକ୍ଟୋବର ୯ ତାରିଖରେ ଦିଆଯିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ସୁଭଦ୍ରା କ୍ଷେତ୍ରରୁ ଦଶହରା ଭେଟି ଭାବେ ସୁଭଦ୍ରା ଅର୍