ଜୁନ୍ ସରିବାକୁ ବସିଲାଣି, ହେଲେ ବର୍ଷାର ନାହିଁ ଦେଖା
by Argus News
Mon, Jun 24 | 2:44 p.m.

ଅର୍ଗସ ବ୍ୟୁରୋ: ଜୁନ୍ ସରିବାକୁ ବସିଲାଣି । ହେଲେ ବର୍ଷାର ନାହିଁ ଦେଖା । ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୮୩.୬ ମିମି ବର୍ଷା ହେବା କଥା । ମାତ୍ର ସେହି ଅନୁଯାୟୀ ବର୍ଷା ହୋଇପାରି ନାହିଁ । ୨1ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ 4 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଅତି ଉତ୍କଟ ରହିଛି । ପୁରୀରେ ସର୍ବାଧିକ ୭୧% ନିଅଣ୍ଟିଆ ହୋଇଥିବାବେଳେ ମୟୂରଭଞ୍ଜରେ ୬୮%, ବାଲେଶ୍ବରରେ ୬୩%, ବଲାଙ୍ଗୀରରେ ୬୧% ନିଅଣ୍ଟିଆ ରେକର୍ଡ ହୋଇଛି । 5 ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

ସେପଟେ ମୌସୁମୀର ଲୁଚକାଳି ଖେଳ ଭିତରେ ହନ୍ତସନ୍ତ ଚାଷୀ।ଆକାଶରେ କଳାହାଣ୍ଡିଆ ମେଘ ଦିଶୁଛି, ହେଲେ ବର୍ଷାର ନାହିଁ ଦେଖା । ଏତେବେଳକୁ ଧାନ ବୁଣିବା ସାଙ୍ଗକୁ ତଳି ପକାଇ ରୁଆ ବେଉଷଣ ପାଇଁ ପ୍ରସ୍ତୁତ ହୋଇଥାଏ । ହେଲେ ଚଳିତ ବର୍ଷ ଧାନ ବୁଣା ତ ଦୂରର କଥା ନିଜ ଜମିକୁ ବି ପ୍ରସ୍ତୁତ କରିପାରୁନାହିଁ ଚାଷୀ ।

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ସହ ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଚାଷ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି । ବର୍ଷା ଅଭାବରୁ ହାତ ବାନ୍ଧି ବସିଛି ଚାଷୀ ।

ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ଆଗମନ ଦେଖି ଭଲ ଚାଷ ହେବା ନେଇ ଆଶା ବାନ୍ଧିଥିଲା ଚଷା ପୁଅ । ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କୁ ଘାରିଲାଣି ଗଜା ମରୁଡି ଡର । 

ଆହୁରି ପଢନ୍ତୁ ପାଣିପାଗ ଖବର...
 

CM
9m ago
୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟା ସ୍ଥିତି ସମୀକ୍ଷା
ଅର୍ଗସ ବ୍ୟୁରୋ: ମଧ୍ୟାହ୍ନ ରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୯ ଜିଲ୍ଲାର ଦାୟିତ୍ୱରେ ଥିବା ମନ୍ତ୍ରୀ ଏବଂ ବିଭିନ୍ନ ଜିଲ୍ଲାର ସଚିବ ମାନଙ୍କ ସହ ବାତ୍ୟ
CYCLONE
17m ago
ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍ତ ଅପଡେଟ୍‌...
ଅର୍ଗସ ବ୍ୟୁରୋ: ପାଖଉଛି ବାତ୍ୟା ବଢ଼ାଉଛି ଭୟ। ସମୁଦ୍ରରେ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଜାଣନ୍ତୁ ବାତ୍ୟା 'ଦାନା' ସମ୍ପର୍କୀତ ସମସ୍
CYCLONE
18m ago
ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି 'ଦାନା'
ଅର୍ଗସ ବ୍ୟୁରୋ: ବଳ ଗୋଟାଉଛି ‘ଦାନା’ । ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ମୁହାଁ ‘ଦାନା’ । ବର୍ଷା ସାଙ୍ଗକୁ ବଢ଼ୁଛି ପବନର ବେଗ । ଆତଙ୍କିତ ଅବସ୍ଥାର