ଦୁର୍ଦ୍ଦିନରେ ରାଜ୍ୟର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ
by Argus News
Wed, Mar 06 | 7:57 p.m.
  • ଦୁର୍ଦ୍ଦିନରେ ରାଜ୍ୟର ଲକ୍ଷ ଲକ୍ଷ ମତ୍ସ୍ୟଜୀବୀ
  • ସମସ୍ୟାରେ ବୁଡିଛନ୍ତି, ଅପହଞ୍ଚ ପାଲଟିଛି ସରକାରୀ ସୁବିଧା
  • ରାଜ୍ୟ ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ ଭାଗିଦାରକୁ କାହିଁକି ଏତେ ହତାଦର ?
  • ଫେବୃଆରୀରେ 6 ଦଫା ଦାବି ନେଇ ଗର୍ଜିଥିଲା ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ

ଅର୍ଗସ ବ୍ୟୁରୋ: ନେହୁର ବଙ୍ଗଳା ସେକ୍ଟର 21ରେ ରହିଛି ଓଡିଶାର ସର୍ବବୃହତ ମାଛଧାରା ବେଶ୍। ଏହିଠାରୁ ପ୍ରତିଦିନ ପାଞ୍ଚ ହଜାରରୁ ଅଧିକ ମତ୍ସ୍ୟଜୀବୀ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଥାନ୍ତି। ନିଜ ଜୀବନକୁ ପାଣି ଛଡ଼ାଇ ମାଛ ଧରନ୍ତି। ବ୍ୟବସାୟ କରନ୍ତି। ଅଥଚ ଏତେ ପରିଶ୍ରମ ପରେ ହାତକୁ ଯେତେ ଆସେ ସେତକ ନା ପକେଟକୁ ସହାଏ ନା ପେଟକୁ।  ଯାହାକୁ ନେଇ ଦୀର୍ଘ ଦିନ ଧରି ହକ ଦାବି କରିଆସୁଛନ୍ତି ରାଜ୍ୟର 12 ଲକ୍ଷ ମତ୍ସ୍ୟଜୀବୀ। ଡିଜେଲ ଉପରୁ ଟିକସ ଛାଡ଼, ସମୁଦ୍ର ମୁହାଣର ନିୟମିତ ଡ୍ରେଜିଂ, ସମୁଦ୍ରକୁ ବିଷାକ୍ତ ଜଳ ନିଷ୍କାସନ ଉପରେ ରୋକ୍, କଇଁଛ ସୁରକ୍ଷା ଆଳରେ ମତ୍ସ୍ୟଜୀବୀଙ୍କ ଉପରେ ଅତ୍ୟାଚାର ବନ୍ଦ ସହିତ ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ କରି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ହେଲେ ଏ ଦାବିକୁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର। ଯାହାକୁ ନେଇ ତେଜୁଛି ଅସନ୍ତୋଷ।

ବୋଟ ମାଲିକ ସଂଘ ପକ୍ଷରୁ ବାର୍ଷିକ 3ଶହ କୋଟି ଟଙ୍କାର ଟିକସ ନିଅନ୍ତି ରାଜ୍ୟ ସରକାର।  ଅଥଚ ମତ୍ସ୍ୟଜୀବୀଙ୍କ କଥା ଆସିବା ବେଳକୁ ମୁହଁ ମୋଡି ଦିଅନ୍ତି। ପ୍ରତିବର୍ଷ ଅଲିଭରିଡେଲଙ୍କ ସୁରକ୍ଷା ପାଇଁ ନଭେମ୍ବର  1-ରୁ ମେ 31ପ୍ରଯ୍ୟନ୍ତ ମାଛ ଧାରା ବନ୍ଦ ହୋଇଥାଏ ! ଯାହା ଏମାନଙ୍କ ରୋଜଗାରକୁ ପ୍ରଭାବିତ କରୁଥିବା ବେଳେ ଏ ପର୍ଯ୍ୟନ୍ତ ଏହାର ବିକଳ୍ପ ବାଛିବାରେ ଫେଲ୍ ମାରିଛନ୍ତି ରାଜ୍ୟ ସରକାର। ତେବେ ଯଦିଓ ଏହି ସମୟରେ ଅନ୍ୟବାଟ ଦେଇ ମତ୍ସ୍ୟଜୀବୀ ସମୁଦ୍ରକୁ ଯଇଥାନ୍ତି ତେବେ ଅଧିକ ବାଟ ଯିବାଆସ କରିବାକୁ ପଡୁଥିବାରୁ ଏହା ସେମାନଙ୍କ ସ୍ବଳ୍ପ ରୋଜଗାରକୁ ଆହୁରି ସ୍ବଳ୍ପ କରିଦେଉଥିବା ଅଭିଯୋଗ ହୋଇଛି।

ଗଲା ଫେବୃଆରୀ ମାସରେ 6 ଦଫା ଦାବି ନେଇ ରାଜଧାନୀରେ ଗର୍ଜିଥିଲେ ମତ୍ସ୍ୟଜୀବୀ ମହାସଂଘ। ହେଲେ ଏ ଦିଗରେ ପ୍ରତିକ୍ରିୟା ଶୂନ୍ୟ ରହିଲେ ରାଜ୍ୟ ସରକାର। ଦାବି ପୂରଣ ନହେଲେ ଆଗାମୀ ଦିନରେ 12 ଲକ୍ଷ ମତ୍ସ୍ୟ ଜୀବୀ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ମୁଖ୍ୟମନ୍ତ୍ରୀ
ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତ
ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ