ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌ 
by Argus News
Thu, Jul 04 | 11:42 a.m.

ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି  । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣେ ଯୁବ ପ୍ରକୃତି ପ୍ରେମୀ  ଏଭଲି ଆମ୍ବ ଚାଷ କରି ଚର୍ଚ୍ଚାରେ ଅଛନ୍ତି ।  ସମ୍ବଲପୁର ସହରରେ ସବୁଠୁ ଦାମୀ ଆମ୍ବ । ସହରର ବୁଢାରଜା ଅଂଚଳ ସୁବ୍ରତ ନାଥ ଙ୍କ ବଗିଚାରେ ଏଭଳି ଆମ୍ବ ଦେଖୁଵାକୁ ମିଲଛି । ଆମ୍ବର ନାଁ ହେଲା ମିୟାଜାକି । ବଜାରରେ ଆମ୍ବ କିଲୋ ପ୍ରତି ଅଢେଇ ଲକ୍ଷରୁ ୩ ଲକ୍ଷ ଟଙ୍କା ରହିଛି । ସୁବ୍ରତ ନାଥ ନିଜ ବଗିଚାରେ ୨ ବର୍ଷ ତଳେ ଏହି ଆମ୍ବ ଚାରାକୁ ଲଗାଇଥିଲେ । ଚଳିତ ବର୍ଷ ଏହି ଆମ୍ବ ଗଛରେ ପ୍ରଥମ କରି ଆମ୍ବ ଫଳିଛି । ଗଛରେ ମୋଟ ୧୦ ଟି ଆମ୍ବ ଫଳିଥିବା ବେଳେ ଓଜନ ୩ ରୁ ୪ ଶହ ଗ୍ରାମ ରହୁଛି।

ଜାପାନର ମିୟାଜାକି ସିଟିରେ ଏହି ଆମ୍ବ ବିଶେଷ ଭାବେ ଦେଖା ଯାଏ ବୋଲି ଏହାକୁ ମିୟାଜାକି ଆମ୍ବ ବୋଲି କୁହାଯାଏ ।   ଏହି ଆମ୍ବର ଔଷଦୀୟ ଗୁଣ ଓ ସ୍ଵାଦ ଅନ୍ୟ ଆମ୍ବଠୁ ସ୍ବତନ୍ତ୍ର ରହିଛି । ବାଇଗଣୀ-ଲାଲ ରଙ୍ଗର ଆମ୍ବ ରସପୁର୍ଣ୍ଣ ହେବା ସହ ବହୁତ ମିଠା । ଆମ୍ବ ଉପରେ ୨୦୨୧ରେ କରାଯାଇଥିବା ଗବେଷଣା ଅନୁସାରେ ଏଥିରେ ଆଣ୍ଟିକ୍ୟାନସର, ଆଣ୍ଟି ଇନଫ୍ଲାମେଟୋରି, ଆଣ୍ଟି ମାକ୍ରୋବାୟାଲ, ଆଣ୍ଟି ଅକ୍ସିଡାଣ୍ତ ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କ୍ଷ ମତା ରହିଛି । ସ୍ତନ କର୍କଟ୍ଟ କ୍ଷେତ୍ରରେ ଏହି ଆମ୍ବ ଖାଇଵା ସମ୍ଭବତଃ ଲାଭଦାୟକ ହୋଇପାରେ ବୋଲି ଜଣାପଡିଛି। ସୁଵ୍ରତ ନାଥ ପେଶାରେ ଜଣେ ଯନ୍ତ୍ରୀ ଆଉ ନିଶାରେ ସେ ଜଣେ ପ୍ରକୃତି ପ୍ରେମି । ୨ ବର୍ଷ ତଳେ ସେ ୨ ହଜାର ଟଙ୍କା ଦେଇ ମିୟାଜାକି ଆମ୍ବର ଚାରା ସମ୍ବଲପୁର ଏକ ନର୍ସରୀ ରୁ କିଣି ଥିଲେ ।  ସମ୍ବଲପୁର ଜଳବାୟୁରେ ଏହି ଆମ୍ବ ସହଜରେ ୨ ବର୍ଷରେ ଫଳ ଦେଇପାରୁଛି । ଚାଷୀ ଏହାକୁ ଚାଷ କରି ଆନ୍ତର୍ଜାତିକ ବଜାରରେ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା