ବୃଦ୍ଧ ଓ ବୃଦ୍ଧାଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ  
by Argus News
Sun, Oct 06 | 7:12 p.m.

ଭଦ୍ରକ:  ଘରେ କେହି ନଥିବା ବେଳେ ବୃଦ୍ଧ ଓ ବୃଦ୍ଧା ଙ୍କୁ ବନ୍ଧୁକ ଦେଖାଇ ଲୁଟିଲେ 5 ମୁଖା ପିନ୍ଧା ଲୁଟେରା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବନ୍ଧ ଗାଁ ପଂଚାୟତର ଭୁଳିଆଛକ ନିକଟରେ ଥିବା ଫାର୍ମ ହାଉସରେ  ଏପରି ଘଟଣା ଘଟିଛି।

ଘର ମାଲିକ ଦୁବାଇରେ ରହୁଥିବାରୁ ବାପା ଓ ମାଆ ଘରେ ଏକାକୀ ରହୁଥିଲେ। ଫାର୍ମ ହାଉସ ରେ ବୟସ୍କ ଲୋକେ ଏକାକୀ ରହୁଥିବାରୁ  ଡକାୟତି  ହୋଇଥିବା ସୂଚନା। 5 ଜଣ ମୁଖା ପିନ୍ଧା ଲୁଟେରା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଘରକୁ ପଶିବା ସହ ଲକର ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।  ଲୁଟେରା ମାନେ ବାଇକରେ ମୁଖା ସହିତ ହେଲମେଟ ପିନ୍ଧି ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ଲୁଟ କରିଥିବା କୁହାଯାଉଛି।  ଘଟଣା ସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବେଆଇନ୍ ମେଡିସିନ୍
51m ago
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ
ଗାଜା
ଗାଜାରେ ପୁଣି ଆତଙ୍କୀ ଖୋଜ୍ ରେ ଆଡିଏଫ୍
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ଯୁଦ୍ଧ ସ୍ଥିତି। ପାଲେଷ୍ଟାଇନ୍, ଲେବାନନ୍, ଇରାନ୍ ସବୁଆଡ଼େ ଆକ୍ରମଣ କରୁଛି ଇସ୍ରାଏଲ୍। ତେବେ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତ