ମାଓବାଦୀଙ୍କୁ ମୁଳପୋଛ କରିବାକୁ ଶାହ ଦେଇଥିଲେ ଟାର୍ଗେଟ
by Argus News
Sun, Sep 15 | 8:22 p.m.

ଭୁବନେଶ୍ୱର:  ଭୁଶୁଡୁଛି ଲାଲଗଡ଼, ଗତ 20ବର୍ଷରେ ନିହତ ହୋଇଛନ୍ତି 5ହଜାରରୁ ଅଧିକ ହାର୍ଡକୋର ମାଓବାଦୀ। ନିଜ ଦୁର୍ବଳତାକୁ ନିଜେ ସ୍ବିକାର କଲା ମାଓ ସଂଗଠନ॥ ମାଓବାଦୀଙ୍କୁ ମୁଳପୋଛ କରିବାକୁ ଅମିତ ଶାହା ଦେଇଥିଲେ ଟାର୍ଗେଟ.। ଡିଜିପି କହିଥିଲେ, 2026 ସୁଦ୍ଧା ଓଡିଶା ହେବ ମାଓମୁକ୍ତ ରାଜ୍ୟ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଘୋଷଣା ପରେ ମାଓ ଶିବିରରେ ଛନକା । ଧିରେ ଧିରେ ଦୁର୍ବଳ ହେଉଛି ମାଓ ସଂଗଠନ । ବିଭିନ୍ନ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଉଛନ୍ତି ମାୱାଦୀ । ଆଉ ନିଜ ଦୁର୍ବଳତାକୁ ନିଜେ ଘୋଷଣା କରିଛି ମାଓ ସଂଗଠନ । ଗତ ୨୦ ବର୍ଷରେ ନିହତ ହେଲେଣି ୫ ହଜାର ୨୪୯ ଜଣ ହାର୍ଡକୋର ମାଓବାଦୀ । ଏଥିରେ ହଜାରେ ମହିଳା କ୍ୟାଡର ଅଛନ୍ତି । କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାଓବାଦୀ) କେନ୍ଦ୍ରୀୟ କମିଟି ୨୫ ପୃଷ୍ଠାର ଏକ ରିପୋର୍ଟ ଜାରି କରି ଏହାକୁ ସ୍ବୀକାର କରିଛି । ୨୦୦୪ରୁ ୨୦୨୪ ମଧ୍ୟରେ ମାଓବାଦୀ ସଂଗଠନ କେଉଁ କ୍ଷତି ଏବଂ ଲାଭ ପାଇଛି ସେନେଇ ଏହି ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଅନୁଯାୟୀ ୨୨ ଜଣ ଶୀର୍ଷ ମାଓବାଦୀ କମାଣ୍ଡର ଏହି ସମୟରେ ନିପାତ ହୋଇଛନ୍ତି । 

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଢ ଶହରୁ ଉର୍ଦ୍ଧ୍ବ ମାଓବାଦୀ ନିହତ ହେଲେଣି । ଗିରଫ ହେଲେଣି 670ରୁ ଅଧିକ ଓ ଆତ୍ମସମର୍ପଣ କଲେଣି 660ରୁ ଅଧିକ ଜଣ ମାଓବାଦୀ । ୨୦୧୪ ରୁ ୨୦୨୪ ମଧ୍ୟରେ ୭୭୪୪ଟି ମାଓ ହିଂସାକାଣ୍ଡ ଘଟିଛି । ଯାହାକି ୫୩ ପ୍ରତିଶତ କମ୍ । ବର୍ତ୍ତମାନ ପ୍ରାୟ ମାଓ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟାରେ ୭୦ ପ୍ରତିଶତ ହ୍ରାସ ପାଇଛି ।  ମାଓ ଦମନକୁ ବଡ଼ ସଫଳତା ଭିତରେ ବି ଚାଲିଛି ବଡ଼ ଅଭିଯାନ । ଛତିଶଗଡ଼ର ମାଓବାଦୀ ଏବେ ନୂଆପଡ଼ା ମୁହାଁ । ସେମାନଙ୍କୁ ଧରିବା ପାଇଁ ସୁନାବେଡ଼ା ଅଞ୍ଚଳରେ ଚାଲିଛି ଜୋରଦାର କୁମ୍ବିଂ ଅପରେସନ୍।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
23m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
54m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
59m ago
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ