ଟପ୍ କ୍ଲାସ୍ ସ୍କିଲ୍ ମିଳିବ ହାତ ପାହାନ୍ତାରେ, କମ ଖର୍ଚ୍ଚରେ
by Argus News
Thu, Mar 07 | 7:46 p.m.

ଭଦ୍ରକ: 2047 ସୁଦ୍ଧାର ବିକଶିତ ଭାରତ ମୂଳ ଲକ୍ଷ୍ୟ । ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିକୁ ଦିଆଯାଉଛି ଗୁରୁତ୍ୱ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବ ବୃହତ୍ତମ ପଞ୍ଚମ ସ୍ଥାନ ଭାବେ ଦକ୍ଷତା ବିକାଶ କେନ୍ଦ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନସ୍ଥ ଅସୁରାଳୀ ଠାରେ ଉଦଘାଟନ ହୋଇଛି । ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । 

  • ପୂର୍ବରୁ ୪ ସ୍ଥାନରେ ହୋଇଥିଲା
  • ଏବେ ଭଦ୍ରକରେ ହେଲା

ପୂର୍ବରୁ ରାଜ୍ୟରେ 4ଟି ସ୍ଥାନରେ ଉଦଘାଟନ ହୋଇ ସାରିଥିବାବେଳେ ପଞ୍ଚମ ସ୍ଥାନରେ ଭଦ୍ରକ ଜିଲ୍ଲା ଧାମନଗର ଠାରେ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଦକ୍ଷତା ବିକାଶ କେନ୍ଦ୍ରରେ 8 ରୁ 10 ପ୍ରକାରର ଶିକ୍ଷା ଓ ତାଲିମ ଦିଆଯିବ । ପ୍ରଥମ କରି ରିଟେଲ ଲେଦର ଶିକ୍ଷା ଦିଆଯିବ । କିପରି ଏଠାରୁ ତାଲିମ ନେଇ ଚାକିରି କରିପାରିବେ ସେନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୂର୍ଯ୍ୟବଂଶୀ ସୁରଜ। 

ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ ଧର୍ମେନ୍ଦ୍ର ପ୍ରଧାନ

କମ୍ ରେଜଗାର କରୁଥିବା ବ୍ୟକ୍ତି ଏହି କୌଶଳ ଦକ୍ଷତା ବିକାଶ କେନ୍ଦ୍ରରେ ଉପଯୁକ୍ତ ଶିକ୍ଷା ପାଇବା ପରେ ଅଧିକ ରୋଜଗାର କରିପାରିବେ । ଏଥିରେ ବିଶେଷ କରି ଯୁବପିଢ଼ିମାନେ କିପରି କୌଶଳ ମାଧ୍ୟମରେ ଶିକ୍ଷା ପାଇବା ସହ କୁଶଳ ହୋଇ ଆଗକୁ ବଢ଼ି ପାରିବେ ତାହା ମୂଳ ଲକ୍ଷ୍ୟ ।  ସେଥିପାଇଁ କେନ୍ଦ୍ରମନ୍ତ୍ରୀ ଓ ସ୍ଥାନୀୟ ଯୁବ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀମାନେ। 

ଢ଼େଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ର, ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଦିଆଯିବ ପ୍ରଶିକ୍ଷଣ

ଭାରତ ସରକାରଙ୍କ କୌଶଳ ଭାରତ, ବିକଶିତ ଭାରତ ଯୋଜନା ମାଧ୍ୟମରେ ସାରା ଦେଶରେ ଦକ୍ଷତା ବିକାଶ ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରାଯାଉଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । 

ଆହୁରି ପଢନ୍ତୁ ଓଡିଶା ଖବର...
 

କାହା ମୁଣ୍ଡରେ ସୁନାକଳସ
କାହା ମୁଣ୍ଡରେ ସୁନାକଳସ ଢାଳିବେ ବୌଦ୍ଧବାସୀ ?
ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନ
ମାସ ଶେଷରେ
ମାସ ଶେଷରେ ଘୂର୍ଣ୍ଣିବଳୟ! ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ: ମାସ ଶେଷରେ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଆସନ୍ତା ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଓ ସଂଲଗ୍ନ କେନ୍ଦ୍ରୀ
ପୂର୍ବତନ ଉପରାଷ୍ଟ୍ରପତି
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମତଦାନ ଅଧିକାର ସାବ୍ୟସ୍ତ କଲେ
ଅର୍ଗସ ବ୍ୟୁରୋ: ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତେଲେଙ୍ଗାନାର ହାଇଦ୍ରାବାଦରେ ନିଜର ଭୋଟ୍ ଦେଇଛନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ଜୁବୁଲି ହିଲ୍ସ ପବ୍ଲିକ୍ ସ୍କୁଲ, ବୁଥ୍ ନମ୍ବ