ରତ୍ନଭଣ୍ଡାର ଖୋଲିବା ବଦଳରେ ଲେଜର ସ୍କାନିଂ ନିଷ୍ପତ୍ତି
by Argus News
Sun, Nov 05 | 7:36 p.m.

ଅର୍ଗସ ବ୍ୟୁରୋ:  କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ସହ ବାରମ୍ବାର ଖେଳ। ରତ୍ନ ଭଣ୍ଡାର ଲୁଟ ଅପବାଦରୁ ବଞ୍ଚିବା ପାଇଁ ନୂଆ ଷଡ଼ଯନ୍ତ୍ର । ରତ୍ନ ଭଣ୍ଡାର ବାହାର ପାର୍ଶ୍ଵର ଲେଜର ସ୍କାନିଂ କରିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ।  ହେଲେ ଅସୁରକ୍ଷିତ ରତ୍ନଭଣ୍ଡାର ଖୋଲିବାକୁ ଅମଙ୍ଗ ରାଜ୍ୟ  ସରକାର । ଜନ ଆକ୍ରୋଶରୁ ବର୍ତ୍ତିବାକୁ ଲେଜର ସ୍କାନିଂର ଢାଲ। ଯାହାକୁ ନେଇ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ସମୀରଙ୍କ ଅଭିଯୋଗ ରତ୍ନ ଭଣ୍ଡାର ଖୋଲିବା ବଦଳରେ ଲେଜର୍ ସ୍କାନିଂ ରାଜ୍ୟ ସରକାରଙ୍କ ଯୋଜନା ବଦ୍ଧ ଷଡ଼ଯନ୍ତ୍ର । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନୁନାହାଁନ୍ତି ରାଜ୍ୟ ସରକାର । ପରିକ୍ରମା ପ୍ରକଳ୍ପର ଉଦଘାଟନ ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଦାବି ରଖିଛନ୍ତି ସମୀର ମହାନ୍ତି। ମରାମତି ପାଇଁ ରତ୍ନଭଣ୍ଡାର ଖୋଲିଲେ ସରକାରଙ୍କ ପୋଲ୍ ଖୋଲିଯିବ ବୋଲି ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ।

୫ ବର୍ଷ ତଳୁ ଜଣାପଡିଲାଣି ଅସୁରକ୍ଷିତ ରହିଛି ରତ୍ନଭଣ୍ଡାର ।  କିନ୍ତୁ ଥରକୁ ଥର ବିଭିନ୍ନ ଆଳରେ ସମୟ ଗଡାଇ ଚାଲିଛନ୍ତି ରାଜ୍ୟ ସରକାର।  ଅସୁରକ୍ଷିତ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅନୁମତି ଦେବାକୁ ଗତବର୍ଷ ଅଗଷ୍ଟ ୮ ତାରିଖରେ ଚିଠି ଲେଖିଥିଲା ଏଏସଆଇ । କୋର୍ଟରେ ମଧ୍ୟ ନିଜ ସତ୍ୟପାଠରେ ଅସୁରକ୍ଷିତ ରତ୍ନଭଣ୍ଡାରକୁ ନେଇ ନିଜ ପକ୍ଷ ରଖି ସାରିଛି ଏଏସଆଇ । ହେଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ଦିଗରେ ସମ୍ବେଦନଶୀଳତା ଦେଖେଇବା ପରିବର୍ତ୍ତେ କରୁଛନ୍ତି ନୂଆ ନୂଆ ଡ୍ରାମା। ଆସନ୍ତା ୨୮ ତାରିଖରୁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥର ଲେଜର ସ୍କାନିଂ ହେବ। ୭ ଦିନ ସ୍କାନିଂ ପରେ ଆନାଲିସିସ ରିପୋର୍ଟ ଦେବ ଏଏସଆଇ । ପ୍ରଶ୍ନ ଉଠୁଛି ଯଦି ରତ୍ନଭଣ୍ଡାର କାନ୍ଥ ଫାଟ ପାଣି ଜମୁଛି ତାହେଲେ ମରାମତି ବଦଳରେ ସ୍କାନିଂ କଣ ପାଇଁ  ?

ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ଅମଙ୍ଗ। ଅନ୍ୟପଟେ ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ବେଶ ତତ୍ପର ରାଜ୍ୟ ସରକାର।  ବଡ ପ୍ରଶ୍ନ, ସମୟ ଗଡାଇବା ପଛରେ ରତ୍ନଚୋରି ଧରାପଡିବାର ଭୟ କି ? ଭଣ୍ଡରରେ ରତ୍ନ ଅଛି ନା ନାହିଁ ? ସ୍ପଷ୍ଟୀକରଣ ଦେବେ କି ରାଜ୍ୟ ସରକାର ? 

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ