ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସରିଲା
by Argus News
Wed, Nov 29 | 6:01 p.m.

ଅର୍ଗସ ବ୍ୟୁରୋ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଥ୍ରୀଡି କ୍ୟାମେରା ଜରିଆରେ ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଛି। ଏଏସଆଇ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇଦିନ ଧରି ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା। ଗତକାଲି 37ଟି ପଏଣ୍ଟରେ ଓ ଆଜି 12ଟି ପଏଣ୍ଟରେ ଲେଜର୍ ସ୍କାନିଂ ଶେଷ ହୋଇଛି। ସମୁଦାୟ 49ଟି ପଏଣ୍ଟରେ ଏହି ଲେଜର୍ ସ୍କାନିଂ ଶେଷ ହୋଇଥିବା ସୂଚନା ମିଳିଛି। ତେବେ ଲେଜର ସ୍କାନିଂରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକର ମରାମତି କରାଯିବ। ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କର ବାରମ୍ବାର ଦାବି ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। 

ରତ୍ନଭଣ୍ଡାରର ବାହାର ପାର୍ଶ୍ୱରୁ ସ୍ଥିତି ଜାଣିବା ପାଇଁ ଲେଜର ସ୍କାନିଂ କରିବାକୁ ଏଏସାଆଇକୁ ଦାୟିତ୍ଵ ଦିଆଯାଇଥିଲା। ତେବେ ଦୁଇଦିନ ଧରି ଲେଜର ସ୍କାନିଂରୁ ମିଳିଥିବା ଫଟୋ ଗୁଡ଼ିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସାଆଇ ସୁପରିଣ୍ଟେଣ୍ଡେଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି।‌ ସେପଟେ ଆସନ୍ତାକାଲି ଅନ୍ୟ ଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ