କଣ୍ଟାବାଞ୍ଜି ଓ ଟିଟିଲାଗଡରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ 
by Argus News
Tue, Sep 17 | 5:25 p.m.

ବଲାଙ୍ଗୀର: ହାଇସ୍ପିଡ୍ ସେମିକଣ୍ଡକଟର୍ ଏକ୍ସପ୍ରେସ ଟ୍ରେନ ବନ୍ଦେ ଭାରତ । ଯାତ୍ରୀଙ୍କୁ ଅତ୍ୟାଧୁନିକ ଗମନାଗମନର ଅନୂଭୁତି ଦେବ ଭାରତର ଏହି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଓ ଟିଟିଲାଗଡରୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହୋଇଛି । 


ରାୟପୁର ଦୂର୍ଗ ବିଶାଖାପାଟଣମ୍ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଛତିଶଗଡ, ଓଡିଶା ଓ ଆନ୍ଧ୍ରପ୍ରଦେଶକୁ କଭର କରିବ ଏହି ଟ୍ରେନ । ୮ ଘଣ୍ଟାରେ ୫୬୫ କିଲୋମିଟର ଅତିକ୍ରମ କରିବ ଦୂର୍ଗ- ବିଶାଖାପାଟଣମ୍ ବନ୍ଦେ ଭାରତ ଟ୍ରେନ । ଯାହା ସପ୍ତାହକୁ ୬ ଦିନ ଚାଲିବ । ଏନେଇ ଗତକାଲି ଟିଟିଲାଗଡରେ ଟ୍ରେନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବଲାଙ୍ଗିର ସାଂସଦ ସଂଗିତା ସିଂହଦେଓଙ୍କ ସହ ରେଳ ବିଭାଗ ପଦାଧିକାରୀ ସବୁଜ ପତାକା ଦେଖାଇ ବନ୍ଦେଭାରତକୁ ସ୍ବାଗତ କରିଥିଲେ । 


ବନ୍ଦେ ଭାରତ ଯୋଗୁଁ ଟିଟିଲାଗଡ ଓ କଣ୍ଟାବାଞ୍ଜିବାସୀ ବହୁତ ଖୁସି । ବନ୍ଦେ ଭାରତକୁ ସ୍ବାଗତ ଓ ଦେଖିବାକୁ ଟିଟିଲାଗଡ ରେଳଷ୍ଟେସନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ