ବଜେଟ୍‌ : ସ୍ପଷ୍ଟ ଦିଶିଲା...ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି
by Argus News
Fri, Jul 26 | 8:40 p.m.

ଅର୍ଗସ ବ୍ୟୁରୋ: ବିଧାନସଭାରେ ୨୪-୨୫ ଆର୍ଥିକ ବର୍ଷ ଲାଗି ବଜେଟ୍‌ ଉପସ୍ଥାପନ କଲେ ମୋହନ ମାଝୀ । ଚାଷୀଙ୍କଠାରୁ ଆରମ୍ଭ କରି ମହିଳା...ଯୁବବର୍ଗ ସମସ୍ତଙ୍କ ଲାଗି ଚିନ୍ତା କରି ବଜେଟ୍‌ କରିଛନ୍ତି ମୋହନ । ହେଲେ ବିରୋଧୀ ଦଳର ନେତା ବଜେଟ୍‌କୁ ନେଇ ଯେଉଁପରି ଭାବରେ ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ନବୀନ କହିଛନ୍ତି, ଏ ବଜେଟ୍‌ରେ ମୋ ସରକାର ବେଳର ୪୦ ଯୋଜନାର କେବଳ ନାଁ ପରିବର୍ତ୍ତନ କରାଯାଇଛି । ବେଶି କିଛି ନାହିଁ ।

ସରକାର ବଦଳିଲା, ବିଜେଡି ହାରିଲା । ବୋଧହୁଏ ସେହି ସତ୍ୟକୁ ଗ୍ରହଣ କରିପାରୁନାହିଁ ଦଳ କି ନେତା । ସେଇଥି ଲାଗି ତ ଔଷଧ ବିକଳରେ ତାଟିଆ କାମୁଡ଼ିବା ପରେ ପ୍ରତିକ୍ରିୟା ରଖୁଛନ୍ତି ଦଳୀୟ ନେତା । ଗତକାଲି ରେକର୍ଡ କରି ଦୀର୍ଘ ୨ ଘଂଟାରୁ ଅଧିକ ସମୟ ବଜେଟ୍‌ ଉପସ୍ଥାପନ କଲେ ମୋହନ । ସମାଜର ପ୍ରତିଟି ବର୍ଗକୁ ନଜରରେ ରଖି ବଜେଟ୍‌ ଉପସ୍ଥାପନ ହେଲା । ହେଲେ ବିରୋଧୀ ଦଳର ନେତା କହିଲେ ବଜେଟ୍‌ରେ କିଛି ନାହିଁ । କେବଳ ନାଁ ପରିବର୍ତ୍ତନ କରାଯାଇଛି । କଥା ହେଲା, ପୂର୍ବ ସରକାରରେ ଯେଉଁ ବଜେଟ୍‌ ହୋଇଥିଲା ଏସନ ତାହା ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାପରେ ବି ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ସବୁଠି ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । 

ରାଜ୍ୟରେ ପୂର୍ବ ସରକାର ଅମଳରେ ଚାଲୁଥିବା ଅନେକ ଯୋଜନାକୁ ମୋହନ ସରକାର ବନ୍ଦ କରିନାହାନ୍ତି । ଯେଉଁ ପରି ଜନକଲ୍ୟାଣକାରୀ ଯୋଜନା ଚାଲୁଥିଲା ଠିକ୍‌ ସେମିତି ଚାଲିଛି । ଏମିତିକି କେମିତି ଯୋଜନା ଗୁଡ଼ିକ ଭଲରେ ଚାଲିବ ସେନେଇ ସଂପୃକ୍ତ ଯୋଜନା ବାବଦକୁ ଅର୍ଥ ବ୍ୟୟବରାଦ କରିଛନ୍ତି ବିଜେପି ସରକାର ।  ହେଲେ ନବୀନ ଏହାକୁ ବିରୋଧ କରିବା ତାଙ୍କର ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବାକୁ ସ୍ପଷ୍ଟ କରୁଛି । ମାତ୍ର ୬ ମାସ ପୂର୍ବରୁ ନିର୍ବାଚନ ପ୍ରଚାର କଲାବେଳେ ନବୀନ ବାବୁ ଜନତାଙ୍କୁ ପଚାରୁଥିଲେ ଏ ଯୋଜନା ଭଲ କି ସେ ଯୋଜନା ଭଲ କି ? ହେଲେ ସେହି ଯୋଜନାକୁ ନେଇ ଏବେ କାହିଁକି କେଁ କାଢିଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କଥାରେ ଅଛି ବିପଦ ପଡିଥିବା ବେଳେ ପ୍ରକୃତ ବନ୍ଧୁ କିଏ ଜଣାପଡେ, ଠିକ୍‌ ସେମିତି ନୂଆ ସରକାର ବଜେଟ୍‌ର ରାଶି ବଢାଇବା ପରେ ବି ନବୀନ ବାବୁ ଯେମିତି ଟାହିଟାପରା କଲେ ତାହା ନିଶ୍ଚୟ ଓଡ଼ିଆଙ୍କୁ କଷ୍ଟ ଦେଇଥିବ ।

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା