କାଳବୈଶାଖୀ ବର୍ଷାରେ ଲକ୍ଷାଧିକ ଟଙ୍କାର ମୁଗ ଫସଲ ନଷ୍ଟ
by Argus News
Tue, Apr 23 | 2:10 p.m.

ଅର୍ଗସ ବ୍ୟୁରୋ: ସରିଗଲା କାଳବୈଶାଖୀ ବର୍ଷା। ହେଲେ ଚାଷୀ କୂଳକୁ ଦେଇଗଲା ଦୁଃଖ। ବିଭିନ୍ନ ସ୍ଥାନରେ ବର୍ଷାମାଡ ଖାଇ ଫସଲ ନଷ୍ଟ ହୋଇଥିବା ବେଳେ ଜମିରୁ ବର୍ଷାଜଳ ମଧ୍ୟ ନିଷ୍କାସନ ନ ହୋଇ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହୋଇଯାଇଛି। ଫଳରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ। 

ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଅନ୍ତର୍ଗତ କଣପାଳ ମୌଜାରେ। ମହୁଲପାଳ ଗ୍ରାମର ଅର୍ଜୁନ ବେହେରା ପ୍ରାୟ ତିନିଏକର ଜମିରେ ମୁଗ ଫସଲ କରିଥିବା ବେଳେ ବର୍ଷାପାଣି ନିଷ୍କାସନ ନ ହେବାରୁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଛି। ଚାଷ ଜମିରୁ ପୂର୍ବରୁ ମାଟି ଡ୍ରେନରେ ବର୍ଷାଜଳ ନିଷ୍କାସନ ହୋଇ ପାଣ୍ଡରା ନାଳରେ ମିଶୁଥିଲା। ହେଲେ ପୂର୍ତ୍ତବିଭାଗ ରାସ୍ତାର ସଂପ୍ରସାରଣ ପରେ ଡ୍ରେନଟି ସମ୍ପୂର୍ଣ୍ଣ ପୋତା ପଡି ଯିବାରୁ ଜମିରୁ ପାଣି ନିଷ୍କାସନ ନ ହୋଇ ଏପରି ସମସ୍ୟା ଉପୁଜିଲା। ତେବେ ଚାଷୀମାନଙ୍କ ପକ୍ଷରୁ ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା ନିଦ ଭାଙ୍ଗିଲା ବିଭାଗୀୟ ଅଧିକାରୀଙ୍କର ନା ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ଥାନୀୟ ଚାଷୀମାନଙ୍କର ସମସ୍ୟା ଦୂର କରିବାରେ ସହାୟ ହେଲେ। 

ଅପରପକ୍ଷେ କଣପାଳ ମୌଜାଟି ସ୍ଥାନୀୟ ଅଞ୍ଚଳର ପନିପରିବା ଚାଷର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏଠାରୁ ଉତ୍ପନ୍ନ ପନିପରିବା ସ୍ଥାନୀୟ ଅଞ୍ଚଳ ସହିତ ବାହାରକୁ ମଧ୍ୟ ପଠା ଯାଇଥାଏ। ତେବେ ଫସଲ ନଷ୍ଟ ହୋଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବାରୁ, ସରକାର ଚାଷୀଙ୍କ ପାଇଁ କେତେ ତତ୍ପର ତାହା ଏଠାରେ ସ୍ପଷ୍ଟ ପ୍ରମାଣିତ କରୁଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ