ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଗଣେଶ୍ୱର ପୁର ଅଞ୍ଚଳରେ ନାବାଳିକା ଙ୍କୁ ଜଳଖିଆ ଖୁଆଇବା କୁ ନେଇ ଧରମ ମାମୁଁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଆଜି ପ୍ରକାଶ ପାଇଛି ରାୟ । ରାୟ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଜର୍ଜ ଶ୍ରୀ ରଞ୍ଜନ କୁମାର ସୁତାର ।
ଅଧିକ ପଢନ୍ତୁ ଓଡିଶା ଖବର
ଏଭଳି ସ୍ପର୍ଶକାତର ଘଟଣା ରେ 2 ମାସ ଭିତରେ ରାୟ ଶୁଣେଇଛନ୍ତି ମାନ୍ୟବର କୋର୍ଟ । ମୁଦଲା ରବି ସିଂ କୁ ମାନ୍ୟବର କୋର୍ଟ 23 ଜଣ ସାକ୍ଷୀ ଓ 40 ଟି ଦଲିଲ ଓ ଦସ୍ତାବିଜ କୁ ଆଧାର କରି ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 5 ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଦୁଇ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହାସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୃତ ନାବାଳିକାଙ୍କ ପରିବାର କୁ 9 ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ।ଏହି ମାମଲାରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରିଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ।