ରାଜ୍ୟରେ ୪ ଦିନ ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
by Argus News
Wed, Dec 18 | 8:35 a.m.

ଅର୍ଗସ ବ୍ୟୁରୋ : ରାତିରେ ଶୀତ ଅସ୍ତବ୍ୟସ୍ତ କରୁଥିବାବେଳେ ଏବେ ଦିନରେ ମଧ୍ୟ ଶୀତ ଅନୁଭବ ହେବ । କାରଣ 4 ଦିନ ପାଇଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଦକ୍ଷିଣ ଓଡ଼ିଶା ବିଶେଷ କରି ଗଞ୍ଜାମ, ଗଜପତି , କୋରାପୁଟ, ରାୟଗଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶା ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।

ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି , ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭବନା ମଧ୍ୟ ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟରେ ପୁର୍ବ ଦିଗ ବା ଦକ୍ଷିଣ ପୁର୍ବ ଦିଗରୁ ପବନ ପ୍ରବାହିତ ହେବ । ଏହା ପ୍ରଭାବରେ ଦକ୍ଷିଣ ବଙ୍ଗୋପସାଗରରୁ କିଛି ଜଳୀୟ ବାଷ୍ପ ଆସିବାରୁ ବର୍ଷା ହେବାର ସମ୍ଭାବନା ରହିଛି । ଅମଳ କରିସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

ଇଣ୍ଡିଆନ୍ ଆଇଡ଼ଲ
21m ago
ଇଣ୍ଡିଆନ୍ ଆଇଡ଼ଲରେ କମାଲ କରୁଛନ୍ତି ଓଡିଆ ପୁଅ
ଅର୍ଗସ ବ୍ୟୁରୋ : ଗୋ’ମାତାଙ୍କୁ ଗୋଠରେ ଯେପରି ଶ୍ରୀକୃଷ୍ଣ ଗୀତ ଶୁଣାଇ ବଂଶୀ ବଜାଇ ସମସ୍ତ ଗୋପବାସୀଙ୍କୁ ବିମୋହିତ କରୁଥିଲେ। ସେହିଭଳି ଜାତୀୟ ଚ୍ୟାନେଲ୍ ପ୍ରସ୍ତୁତ ଇଣ୍ଡିଆନ
ବର୍ଷା
ରାଜ୍ୟରେ ୪ ଦିନ ପାଇଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଅର୍ଗସ ବ୍ୟୁରୋ : ରାତିରେ ଶୀତ ଅସ୍ତବ୍ୟସ୍ତ କରୁଥିବାବେଳେ ଏବେ ଦିନରେ ମଧ୍ୟ ଶୀତ ଅନୁଭବ ହେବ । କାରଣ 4 ଦିନ ପାଇଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆଜ
ଶ୍ରୀମନ୍ଦିର
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି , ସାଢେ ତିନି ଘଣ୍ଟା ଦର୍ଶନ ବନ୍ଦ
ଅର୍ଗସ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦିବା ପହୁଡ଼ ନୀତି । ଏଥିପାଇଁ ଅପରାହ୍ନରେ ସାଢେ ତିନି ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟ
ଶାହ
ରାଜ୍ୟସଭାରେ କଂଗ୍ରେସ ଉପରେ ଶାହଙ୍କ ହମଲା
ଅର୍ଗସ ବ୍ୟୁରୋ : ଧର୍ମ ଆଧାରରେ ସଂରକ୍ଷଣ ଦେବା ସମ୍ବିଧାନ ବିରୋଧୀ । ଏହାକୁ ସଂବିଧାନ ରଚୟିତା ଡ଼ଃ ବି ଆର ଆମ୍ବେଦକରଙ୍କ ଧର୍ମ ଭିତ୍ତିକ ରିଜର୍ଭେସନ୍‌ କୁ ବିରୋ
ରାଉରକେଲା
ରାଉରକେଲାରେ ବଡ଼ ଦୁର୍ଘଟଣା, 3 ମୃତ, ଜଣେ ଗୁରୁତର
ସୁନ୍ଦରଗଡ : ରାଉରକେଲାରେ ବଡ଼ ଦୁର୍ଘଟଣା । ମାଲବାହୀ ଟ୍ରେନ୍ ଧକ୍କାରେ 3 ମୃତ, ଜଣେ ଗୁରୁତର । କଲୁଙ୍ଗା ରେଲୱେ ଫାଟକ ନିକଟରେ ମାଡ଼ିଗଲା ମାଲବାହୀ ଟ୍ରେନ୍ । ଗତକାଲି ରାତିରେ ରେଲୱେ ଟ୍ରା