ଅର୍ଗସ ବ୍ୟୁରୋ : ଧର୍ମ ଆଧାରରେ ସଂରକ୍ଷଣ ଦେବା ସମ୍ବିଧାନ ବିରୋଧୀ । ଏହାକୁ ସଂବିଧାନ ରଚୟିତା ଡ଼ଃ ବି ଆର ଆମ୍ବେଦକରଙ୍କ ଧର୍ମ ଭିତ୍ତିକ ରିଜର୍ଭେସନ୍ କୁ ବିରୋଧ କରିଥିଲା।କିନ୍ତୁ ସେହି ସମୟରେ ନେହେରୁ ମୁସଲିମ ପର୍ସନାଲ ଲ ଆଣିଥିଲେ । ଯାହା କଂଗ୍ରେସର ଧର୍ମ ଭିତ୍ତିକ ବିଭାଜନର ଆରମ୍ଭ ଥିଲା । କଂଗ୍ରେସ ,ଭୋଟ ରାଜନୀତି ପାଇଁ ଏପରି ପ୍ରୟାସ କରି ସଂବିଧାନର ଅଧାର ଓ ଗଣତାନ୍ତ୍ରିକ ନୀତିକୁ ଅପମାନ କରୁଛି । ଧର୍ମ ଭିତ୍ତିକ ସଂରକ୍ଷଣ ହେଲେ ଏହା ପଛୁଆ ବର୍ଗ ,ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଙ୍କ ସହ ଅନ୍ୟାୟ ହେବ ବୋଲି କହି କଂଗ୍ରେସର ଧର୍ମ ଧର୍ମ ଆଧାରରେ ସଂରକ୍ଷଣ ଆଜେଣ୍ଡାକୁ ଟାର୍ଗେଟ କରିଛନ୍ତି ଶାହ । କଂଗ୍ରେସ ର ନେତା ସମ୍ବିଧାନ ଏବଂ ଆମ୍ବେଦକରଙ୍କ ନା ଜପୁଛନ୍ତି କିନ୍ତୁ ପ୍ରକୃତରେ ସମ୍ବିଧାନର ନୀତିକୁ ବିରୋଧ କରିବା କଂଗ୍ରେସର ଅଭ୍ୟାସ ରହି ଆସିଛି ବୋଲି କହିଛନ୍ତି ଶାହ ।
କଂଗ୍ରେସ ନିଜର 55 ବର୍ଷର ଶାସନକାଳରେ 77ଟି ସଂବିଧାନ ସଂଶୋଧନ କରିଥିଲା।କିନ୍ତୁ ବିଜେପିର ମାତ୍ର 16 ବର୍ଷର ଶାସନକାଳରେ କେବଳ 22ଟି ସଂଶୋଧନ ହୋଇଛି। କଂଗ୍ରେସର ୧୯୭୫ ଇମରଜେନ୍ସି ଘୋଷଣା କଂଗ୍ରେସ ସମୟରେ ସଂବିଧାନିକ ଅଧିକାରକୁ ଦମନ କରିବାର ୱୁଠାରୁ ବଡ ଉଦାହରଣ । ୭୦ ବର୍ଷର ଶାସନ କାଳରେ ନିଜର ତୁଷ୍ଟୀକରଣ ରାଜନୀତି ପାଇଁ କଂଗ୍ରେସ ସରକାର ସମ୍ବିଧାନ ସଂଶୋଧନ କରିଆସିଛନ୍ତି ବୋଲି କଂଗ୍ରେସ କୁ ରାଜ୍ୟସଭାରେ ଶାହ କଡା ସମାଲୋଚନା କରିଛନ୍ତି ।