ପୁରୀ ବେଳଭୂମିରେ ଖୋଲିବନି ମଦ ଦୋକାନ : ପୌରାଞ୍ଚଳରେ ବି କ୍ୟାବିନ୍‌ ବ୍ୟାନ୍‌
by Argus News
Sat, Sep 14 | 6:19 p.m.

ଅର୍ଗସ ବ୍ୟୁରୋ : ଅବକାରୀ ନୀତିରେ ବଡ଼ ପରିବର୍ତ୍ତନ ଆସିବା ପରେ ପୁରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଯେଉଁପରି ଭାବରେ ବେଆଇନ ମଦ ଦୋକାନ ଖୋଲୁଥିଲା, ନିଶାରେ ରାଜ୍ୟ ଝୁମୁଥିଲା ସେଥିରେ ଲାଗିଛି ବ୍ୟାନ୍‌ । ଖାସ କରି ଚୋରାମଦ କାରବାର ରୋକିବାରେ ବିଜେପି ସରକାର ଯେଉଁ ପଦକ୍ଷେପ ନେଉଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

ପୁରୀରେ ପର୍ଯ୍ୟଟକ ବିକାଶ ପାଇଁ ପୂର୍ବରୁ ବେଳଭୂମିରେ ମଦ କୁଡ଼ିଆ ଖୋଲିବାକୁ ନିଷ୍ପତ୍ତି ହେଲା । ହେଲେ ଏହାକୁ କିଛି ଲୋକ ବିରୋଧ କରିବା ସହିତ ସମୁଦ୍ର କୂଳରେ ମଦ ଦୋକାନ ଖୋଲିବା ଅନୁଚିତ ବୋଲି କହିଲେ । ଯାହାକୁ ବିଚାରକୁ ନେଇ ନିଷ୍ପତ୍ତି ବଦଳାଇବା ସହିତ କୌଣସି ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ଭିତରେ ମଦ ଦୋକାନ ଖୋଲିବ ନାହିଁ ବୋଲି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯାହାକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି ।

ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି- ପୁରୀରେ ପର୍ଯ୍ୟଟନ ବିକାଶ ପାଇଁ ପୂର୍ବରୁ ବେଳାଭୂମୀରେ ମଦ କୁଡ଼ିଆ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଇକୋ- ରିଟ୍ରିଟ୍ ସ୍ଥଳରେ ଏହାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ଏବେ ସେ ନିଷ୍ପତ୍ତି ବଦଳିଛି । ବେଳାଭୂମିରୁ ପୁରୀ ସହର, ମଦ କୁଡ଼ିଆ ବନ୍ଦ ଲାଗି ସରକାରଙ୍କ ନିଷ୍ପତ୍ତିକୁ ସାଧୁବାଦ ଜଣାଇଛନ୍ତି ବିଭିନ୍ନ ନିଶାମୁକ୍ତି ଅଭିଯାନ ସଂଗଠନ, ବୁଦ୍ଧୀଜୀବୀ ଓ ମଠ ମହନ୍ତ । ପୂର୍ବରୁ ଗତ ୨ ତାରିଖରେ ଅବକାରୀ କମିଶନର ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ପୁରୀରେ ମଦ କ୍ୟାବିନ୍ ନଖୋଲିବାକୁ ଏ ନେଇ ଆବଶ୍ୟକୀୟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ ।

ମୋଟ୍‌ ଉପରେ ସେପ୍ଟମ୍ବର ପହିଲାରୁ ଅବକାରୀ ନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏବେ ନୂଆ ମଦ ଦୋକାନ ଖୋଲିବ ନାହିଁ କି ବାର୍‌ରେ ନାଚଗୀତ ହେବନାହିଁ । ଏହାରି ଭିତିରେ ପୁରୀ ବେଳଭୂମୀ ସହ ଧାର୍ମିକ ଅନୁଷ୍ଠାନରେ ମଦ ଦୋକାନ ଖୋଲିବ ନାହିଁ ନିଷ୍ପତ୍ତି ନିଶ୍ଚୟ ପ୍ରଶଂସା ଯୋଗ୍ୟ ।
 

 

ୱାକି ଟକି ବ୍ଲାଷ୍ଟ
16m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
19m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ
ଗଣଦୁଷ୍କର୍ମ
34m ago
୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ