ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
by Argus News
Sat, Sep 28 | 6:31 p.m.

ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏକ କେନ୍ଦ୍ରୀୟ ଭୂମିକା ଗ୍ରହଣ କରୁଛି । ଏକ ସରକାରୀ ବିବୃତିରେ କୁହାଯାଇଛି ଯେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅଣ-ଆଲକୋହଲିକ୍ ପ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି ।  ମଧୁମେହ ଓ ହୃଦ୍‌ରୋଗ ଭଳି ମେଟାବୋଲିକ୍ ସମସ୍ୟା ସହିତ ଘନିଷ୍ଠ ଭାବରେ ଜଡିତ। ଏହି ସମସ୍ୟା ପ୍ରତି ୧୦ ଜଣଙ୍କ ମଧ୍ୟରୁ  ତିନି ଜଣଙ୍କ ପାଖରେ ଦୋଖାଦେଇଥାଏ ।

ଜୀବନଶୈଳୀରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ଵ ଦିଆଯାଇଛି । ବିଶେଷ କରି ଅସ୍ବାସ୍ଥ୍ୟକର ଖାଇବା ଓ ଶାରୀରିକ କାର୍ଯ୍ୟକଳାପର ଅଭାବ ଯୋଗୁଁ ଭାରତରେ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଲାଗିଛି । ଅଣଆଲକୋହଲିକ୍ ପ୍ୟାଟି ଲିଭର ଡିଜିଜ୍ ର ସବୁଠାରୁ ସାଧାରଣ ରୂପ ହେଉଛି- ମୋଟାପଣ, ମଧୁମେହ ଓ ମେଟାବୋଲିକ୍ ସମସ୍ୟା । ଦ୍ରୃତ ସହରୀକରଣ, ଅଧିକ କ୍ୟାଲୋରୀର ଖାଦ୍ୟ ଖାଇବାର ଅଭ୍ୟାସ ଯୋଗୁ ମଦ୍ୟପାନ ବିନା ମଧ୍ୟ ଅଧିକ ଲୋକ ଫ୍ୟାଟି ଲିଭରେ ପୀଡ଼ିତ ହେଉଛନ୍ତି । ଟାଇପ୍ ୨ ମଧୁମେହ ଓ ଇନସୁଲିନ ପ୍ରତିରୋଧର ବଢୁଥିବା ହାର ମଧ୍ୟ ଫ୍ୟାଟି ଲିଭର ସମସ୍ୟା ବଢିବାରେ ଯୋଗ ଦେଉଛି । ଏହାର ଚିକିତ୍ସା ନ କଲେ ଯକୃତି ପ୍ରଦାହ, ଫାଇବ୍ରୋସିସ୍ ଓ ସିରୋସିସ୍ ଭଳି ଜଟିଳ ରୋଗ ବଢିପାରେ ବୋଲି  କୁହାଯାଇଛି ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

 

ବିଜେଡି
6m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ