ହୋଟେଲ ଖାଦ୍ୟରେ ଝିଟିପିଟି, ମେଡିକାଲରେ 3 ଭର୍ତ୍ତି 
by Argus News
Sun, Apr 21 | 5:30 p.m.

କେନ୍ଦୁଝର:  ଦିନକୁ ଦିନ ହୋଟେଲ ଖାଦ୍ୟ ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ହୋଟେଲ ଖାଦ୍ୟରେ ଅପମିଶ୍ରଣ ନେଇ ଅଭିଯୋଗ ମଧ୍ୟ ବହୁବାର ହେଉଛି। ଏଭଳି ହୋଟେଲ ଖାଦ୍ୟରେ ଝିଟିପିଟି ଥିବା ନେଇ ଅଭିଯୋଗ ହୋଇଛି। ଏହି ଅଭିଯୋଗ କେନ୍ଦୁଝର ସହର କୋର୍ଟ ନିକଟସ୍ଥ କାଞ୍ଚନ ହୋଟେଲ ରେ। ଏହି ଝିଟିପିଟି ଖାଦ୍ୟ ଖାଇ ତିନି ଜଣ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପ୍ରକାଶ ଯେ କେନ୍ଦୁଝର ସହର ନିକଟସ୍ଥ ଜଗନ୍ନାଥପୁର ଠାରେ ରାଙ୍କି ଗ୍ରାମର ଦଶରୁ ଉର୍ଦ୍ଧ ଲୋକ କୀର୍ତ୍ତନ କରୁଥିଲେ ।

ଭୋକ ହେବାରୁ ସ୍ଥାନୀୟ କାଞ୍ଚନ ହୋଟେଲରୁ ପାର୍ଶଲ୍ ନେଇଥିଲେ। କିନ୍ତୁ ଏହି ପାର୍ଶଲ ଖୋଲିବାରୁ ଜଣଙ୍କର ତରକାରିରୁ ଝିଟିପିଟି ପଡିଥିବାର ଦେଖିଥିଲେ। ଏହାକୁ କିଛି ଲୋକେ ଖାଇ ଦେଇଥିବାରୁ ପେଟ କାଟୁଥିବା କହିଥିଲେ। ଦଶ ଜଣଙ୍କ ମଧ୍ୟରେ ତିନି ଜଣ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିଲେ। ଡାକ୍ତର ପରୀକ୍ଷା କରି ମେଡିସିନ ଦେଇଥିବା ବେଳେ  ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ପ୍ରକାଶ କରିଛନ୍ତି। ଘଟଣା ପ୍ରଗଠ ହେବା ପରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

24 ELECTION
40m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
44m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର