ଅର୍ପଣ ଚାଉଳକୁ ସ୍ଥାନାନ୍ତର ଉଦ୍ୟମ, ଧରିଲେ ସ୍ଥାନୀୟ ବାସିନ୍ଦା 
by Argus News
Tue, Jun 11 | 1:43 p.m.

ପୁରୀ: ଅର୍ପଣ ଚାଉଳକୁ ସ୍ଥନାନ୍ତର ଉଦ୍ୟମ । ଧରିଲେ ସ୍ଥାନୀୟ ବାସିନ୍ଦା । ଲାଇଟ୍, ଶଙ୍ଖ, ବେଶ ପ୍ରଦର୍ଶନୀ ପରେ ଏବେ ଅର୍ପଣ ଚାଉଳକୁ ନେଇ ମଧ୍ୟ ଦେଖାଦେଇଛି ବିବାଦ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟରେ ଲୋକଙ୍କୁ ଗାଡ଼ି ବୁଲାଇ ଅର୍ପଣ ନାଁରେ ଚାଉଳ ମଗାଯାଇଥିଲା । ସେତେବେଳେ ବାରମିଶା ଚାଉଳକୁ ଶ୍ରୀମନ୍ଦିରରେ ପ୍ରସାଦ ଯୋଗ୍ୟ କି ନୁହେଁ ଏନେଇ ଦେଖାଦେଇଥିଲା ବିବାଦ । 

ଏବେ ଜନମତ ପରିବର୍ତ୍ତନ ପରେ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିଥିବାବେଳେ ଆଜି ଅର୍ପଣ ଚାଉଳ ଗାଡ଼ିରେ ଚାଲାଣ ହେଉଥିବାବେଳେ ଧରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ବିକ୍ରି ଉଦେଶ୍ୟରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ଅଭିଯୋଗ ହେଉଛି । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ସାରା ରାଜ୍ୟରୁ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ଅର୍ପଣ କରିଥିବା ନଡିଆ, ଚାଉଳ, ଗୁଆ ସଂଗୃହିତ ହୋଇଥିଲା । ତେବେ ଏହା କଣ ହେବ ଏନେଇ ନାନା ପ୍ରଶ୍ନ ଉଠିବା ପରେ ଶେଷରେ ଅର୍ପଣ ଚାଉଳରୁ ଖେଚୁଡି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ଯାଇଥିଲା । 

ଆହୁରି ପଢନ୍ତୁ ଓଡିଶା ଖବର...
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ