ସାରା ଦେଶରେ ଏକାସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ 
by Argus News
Wed, Sep 18 | 7:21 p.m.

ନୂଆଦିଲ୍ଲୀ :  ଦେଶରେ ଏକା ସାଙ୍ଗରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ଏ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ମିଳିଛି ମୋଦି କ୍ୟାବିନେଟର ମଞ୍ଜୁରୀ। ସଂସଦର ଆଗାମୀ ଶୀତ ଅଧିବେଶନରେ ଏ ନେଇ ବିଲ୍ ଆସିବ। ଏକକ ନିର୍ବାଚନ ପ୍ରସ୍ତାବକୁ ଦେଶର 32ଟି ରାଜନୈତିକ ଦଳ ସମର୍ଥନ କରିଥିବାବେଳେ 15ଟି ଦଳ ବିରୋଧ କରିଛନ୍ତି। ଆଉ 15ଟି ଦଳ କୌଣସି ଉତ୍ତର ରଖିନାହାନ୍ତି।  ଖୁବଶୀଘ୍ର ଦେଶରେ ବଦଳିବାକୁ ଯାଉଛି ନିର୍ବାଚନର ବୁନିଆଦି ଢାଞ୍ଚା । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବକୁ ଆଇନରେ ପରିଣତ କରିବାକୁ ଆଗକୁ ବଢ଼ିଲେ ମୋଦି ସରକାର । ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ସଂସଦର ଆଗାମୀ ଶୀତ ଅଧିବେଶନରେ ଏକକ ନିର୍ବାଚନ ନେଇ ବିଲ୍ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ପୂର୍ବରୁ ୱାନ ନେସନ ୱାନ ଇଲେକସନ ପ୍ରସ୍ତାବ ଉପରେ ରାମନାଥ କୋବିନ୍ଦ କମିଟି ପକ୍ଷରୁ ନିଆଯାଇଥିଲା 62ଟି ରାଜନୈତିକ ଦଳର ମତାମତ ।  ପ୍ରସ୍ତାବକୁ 32ଟି ରାଜନୈତିକ ଦଳ ସମର୍ଥନ କରିଥିବା, 15ଟି ଦଳ ବିରୋଧ କରିଥିଲେ । ଏବଂ 15ଟି ରାଜନୈତିକ ଦଳ ପ୍ରସ୍ତାବକୁ ନେଇ କୌଣସି ଉତ୍ତର ରଖିନାହାନ୍ତି । 

ଚଳିତବର୍ଷ ମାର୍ଚ୍ଚ 14ରେ ରାଷ୍ଟ୍ରପତିଙ୍କୁ 18ହଜାର ପୃଷ୍ଠାର ରିପୋର୍ଟ ହସ୍ତାନ୍ତର କରିଥିଲା ଏକକ ନିର୍ବାଚନ କମିଟି । ମୋଦି 1.0 ସମୟରୁ ଦେଶରେ ଏକକ ନିର୍ବାଚନକୁ ନେଇ ମନ୍ଥନ ଆରମ୍ଭ କରିଥିଲେ ସରକାର । ଯାହା ଏବେ ଚୁଡ଼ାନ୍ତ ରୂପ ନେବାକୁ ଯାଉଛି । ଏହାଫଳରେ ନିର୍ବାଚନ କମିସନ ଉପରେ ଚାପ କମିବା ସହ ଆର୍ଥିକ ବ୍ୟୟ ବି କମିବ । ପ୍ରସ୍ତାବକୁ ଦେଶବାସୀ ସ୍ବାଗତ କରୁଥିବାବେଳେ ଭାରତ ପରି ବିଶାଳ ଦେଶରେ ଏପରି ଆଇନ ଅବାସ୍ତବ ବୋଲି କହିଛି କଂଗ୍ରେସ ।  ପୂର୍ବରୁ 1999ରେ ଲ' କମିଶନ 170ତମ ରିପୋର୍ଟରେ ପ୍ରତି 5 ବର୍ଷ ଅନ୍ତରରେ ଦେଶରେ ଏକକ ନିର୍ବାଚନ ପାଇଁ  ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । 2015ରେ ସଂସଦୀୟ କମିଟି 79ତମ ରିପୋର୍ଟରେ ବି ଦେଶରେ ଦୁଇଟି ପର୍ଯ୍ୟାୟରେ ସବୁ ନିର୍ବାଚନ କରିବାକୁ ପ୍ରସ୍ତାବ ରଖିଥିଲା । ଏକକ ନିର୍ବାଚନକୁ  ନେଇ ମୋଦି ସରକାର ପୂର୍ବତନ ରାଷ୍ଟ୍ରପତି କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ ଉଚ୍ଚସ୍ତରୀୟ କମିଟି । 2020 ସମ୍ବିଧାନ ଦିବସ ସମ୍ବୋଧନରେ ପିଏମ ମୋଦି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସଂକଳ୍ପ ପୂରଣ କରିବାକୁ ଆହ୍ବାନ ଦେଇଥିଲେ ।  

 ଅଧିକ ପଢନ୍ତୁ ଭାରତ ଖବର 

ୱାକି ଟକି ବ୍ଲାଷ୍ଟ
21m ago
ଆଜି ମଧ୍ୟପ୍ରାଚ୍ୟରେ ୱାକି ଟକି ବ୍ଲାଷ୍ଟ , ୨୦ରୁ ଅଧିକ ମୃତ
ଅର୍ଗସ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ସିରିଜ୍ ଗ୍ୟାଜେଟ୍ ହମଲା । ଲେବାଲନ୍ ପେଜର୍ ବ୍ଲାଷ୍ଟରେ ଥରହର ହେବା ପରେ ଆଜି ୱାକି ଟକି ବ୍ଲାଷ୍ଟରେ ୨୦ରୁ ଅଧିକ ମୃତ ଏବଂ ଅନେକ ଆହତ ହୋଇଛନ୍ତି
ରୋଜଗାର
24m ago
୧୦୦ ମହିଳାଙ୍କୁ ରୋଜଗାର ଯୋଗାଉଛି ଅଳିଆ ଆବର୍ଜନା
କୋରାପୁଟ: ଅଳିଆ ଆବର୍ଜନା ଯୋଗାଇଛି ରୋଜଗାର । ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି ଜୟପୁରର ୧୦୦ ମହିଳାଙ୍କୁ ଯୋଗାଉଛି ରୋଜଗାର। ଅଳିଆ
ଗଣଦୁଷ୍କର୍ମ
39m ago
୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ
ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ