ସିଷ୍ଟମରେ ଆଣ୍ଟିଭାଇରସ ଅପଲୋଡ଼ କରିବା ଆଳରେ ଲୁଟ୍
by Argus News
Thu, Oct 17 | 4:35 p.m.

ଭୁବନେଶ୍ୱର:  ସାଇବର ଲୁଟେରାଙ୍କ ନୂଆ ତରିକା । ସିଷ୍ଟମରେ ଆଣ୍ଟିଭାଇରସ ଅପଲୋଡ଼ କରିବା ଆଳରେ ଲୋକଙ୍କ ସିଷ୍ଟମକୁ ନିଜ ଆୟତ୍ତକୁ ଆଣି କରୁଥିଲେ ଲୁଟ୍ । ରାଜଧାନୀ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟରେ କଷ୍ଟମର କେୟାର ସେଣ୍ଟର ଖୋଲି ଲୋକଙ୍କୁ ଲୁଟ୍ କରୁଥିଲେ । ଗତକାଲି ସାଇବର ଏବଂ ଏକୋନୋମି ଅଫେନସେସ ଥାନା ପକ୍ଷରୁ ଏକ ବିଶେଷ ସୂତ୍ରରୁ ଖବର ପାଇଁ ରେଡ କରାଯିବା ସହ ଛଅ ଜଣକୁ ଗିରଫ କରାଯାଇଛି । ଗିରଫ ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ଅଂଚଳର । 

ପୋଲିସ ପକ୍ଷରୁ ଉକ୍ତ ସ୍ଥାନରୁ କିଛି ଇଲୋକ୍ଟ୍ରୋନିକ ସାମଗ୍ରୀ ଜବତ କରାଯିବା ସହ ଫରେନସିକ ଲ୍ୟାବକୁ ପଠାଯାଇଛି । ଏହା ସହ କିଛି ଏକ୍ସପର୍ଟଙ୍କ ପରାମର୍ଶ ନିଆଯାଉଛି । କମିଶନରେଟ ପୋଲିସ ପକ୍ଷରୁ ଏକ ଟିମ କୋଲକାତା ପଠାଯିବା ସହ ଅଭିଯୁକ୍ତ 6 ଜଣଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ହାସଲ କରାଯିବ । ଏହି ଅଭିଯୁକ୍ତମାନେ କେବଳ ଖାଲି ଦେଶ ଭିତରେ ନୁହଁ ଦେଶ ବାହାରେ ମଧ୍ୟ ଲୋକଙ୍କୁ ଠକିଥିବା କମିଶନରେଟ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାବାକୁ ପାଇଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ଆଣିବ କମିଶନରେଟ ପୋଲିସ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଉଚ୍ଚ ଜୁଆର
3m ago
ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ
ଅର୍ଗସ ବ୍ୟୁରୋ: ଗଞ୍ଜାମରେ ଅଶାନ୍ତ ସମୁଦ୍ର। ଉଚ୍ଚ ଜୁଆର ମାଡ଼ରେ ଭାଙ୍ଗିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି
ରାଇବଣିଆ ଅଞ୍ଚଳରେ
7m ago
ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ
ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୭୦ ଟିକିଆ ଝାଡ଼ଖଣ୍ଡି ହାତି ପଲର ଉପଦ୍ରବ। ଲୋକେ ଭୟଭୀତ ଅଛନ୍ତି। ସୂଚନା ଅନୁଯାୟୀ ଗତକାଲି ରାତିରେ ରାଇବଣିଆର ଲୁହାପଡ
ଆଜିଠାରୁ ଏକମାସ
ଆଜିଠାରୁ ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି
ଅର୍ଗସ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। 12 ମାସ ମଧ୍ୟରୁ ଧର୍ମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ। ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳ