ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର
by Argus News
Sat, Dec 09 | 1:14 p.m.

ଅର୍ଗସ ବ୍ୟୁରୋ: ଏସଏଚଜି ଗୃପ ମହିଳାଙ୍କ ନିକଟରୁ ଟଙ୍କା ନେଇ ସିଆରପି ଫେରାର। ଏଣେ ମହିଳାମାନେ ଆସି ସିଆରପିଙ୍କ ସ୍ୱାମୀଙ୍କୁ ଘେରିଛନ୍ତି। ମହିଳାଙ୍କ ଟଙ୍କା ଠକି ନେବା ସହିତ ୨୧ ବର୍ଷ ଧରି ବୈବାହିକ ଜୀବନ ବିତାଇଥିବା ସ୍ୱାମୀକୁ ବି ଛାଡି ଅନ୍ୟ ଯୁବକ ସହିତ ଫେରାର ହୋଇଯାଇଛନ୍ତି ସିଆରପି। ଯାହାକୁ ନେଇ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ୪୨୦ ସିଆରପି ହେଲେ ଖୁଣ୍ଟା ବ୍ଲକ ବିସିପୁର ଅଞ୍ଚଳର ସିଆରପି ଆଠପଡା ଗ୍ରାମର ବାସନ୍ତୀ ମୁର୍ମୁ। ଗତ ମାସ ସ୍ଥାନୀୟ ବିଭିନ୍ନ ଏସଏଚଜି ଗୃପର ମହିଳାଙ୍କ ଲୋନ ପାସ କରାଇ ଦେବା ପରେ ସେମାନଙ୍କ ନିକଟରୁ ଅଢେଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକି ନେଇ ସ୍ୱାମୀ କୁ ଛାଡି ଅନ୍ୟ ଜଣେ ଯୁବକ ସହିତ ଫେରାର ହୋଇଯାଇଛନ୍ତି।

ଏହି ଖବର ଜଣାପଡିବା ପରେ ଗୃପର ମହିଳାମାନେ ଆସି ବାସନ୍ତୀଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ଯାହାକୁ ନେଇ ବାସନ୍ତୀଙ୍କ ସ୍ୱାମୀ ଡ଼ମାନ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଏହି ୪୨୦ ସିଆରପି ନିଜର ୨ ଭେଣ୍ଡିଆ ପୁଅ, ରୋଗାକ୍ରାନ୍ତ ସ୍ୱାମୀକୁ ଛାଡି ଯାଇଥିବା ବେଳେ ତୁରନ୍ତ ତାଙ୍କୁ ପୋଲିସ ଖୋଜି ଠକି ନେଇଥିବା ଟଙ୍କା ଉଦ୍ଧାର କରିବାକୁ ଦାବି କରିଛନ୍ତି ଠକାମୀର ଶିକାର ହୋଇଥିବା ମହିଳା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ